Latest Odisha News

BREAKING NEWS

ରାଜ୍ୟରେ ୬୦ ତଳକୁ ଖସିଲା ଦୈନିକ କରୋନା କେସ୍, ଅଧା ଓଡ଼ିଶାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୪ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫ଟି । ୧୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ସଂକ୍ରମିତ ।

ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୯ ଜଣ ଲେଖାଏ ପଜିଟିଭ୍ ବାହାରିଛନ୍ତି । ସମ୍ୱଲପୁର ଓ ଅନୁଗୋଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭ଜଣ ଲେଖାଏ ଆକ୍ରାନ୍ତ । ଖୋର୍ଦ୍ଧାରୁ ୬ ଓ ବାଲେଶ୍ୱର ଜିଲ୍ଲାରୁ ବାହାରିଛନ୍ତି ଆଉ ୪ ଜଣ ପଜିଟିଭ୍ । ୧୫ ଜିଲ୍ଲାରେ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୬ହଜାର ୧୦୧କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୩ହଜାର ୩୫୧ ଆକ୍ରାନ୍ତ । ଏବେ ରାଜ୍ୟରେ ୭୮୭ଟି କରୋନା ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.