Latest Odisha News

BREAKING NEWS

କବିତା: ଜୀବନ


ମିହିର ତ୍ରିପାଠୀ

ପଚାରେ ମୁଁ ମୋ
ଜୀବନକୁ ସେ
କାହିଁ ହଇଚଇ ହେଉଛି

ଚଳିବନି କି
ଶାନ୍ତ ରହିଲେ
ତୁଛାରେ ସେ କାହିଁ ଡେଉଁଛି

ଆଗୁଆ ରହି
ଉଖାଡିବ କି
ବେଶୀ କାହିଁ ଭାଉ ଖାଉଛି

ଅନ୍ୟ ଠାରୁ ସେ
ଅଲଗା ରହି
ନିଆରା କି ସୁଖ ପାଉଛି

ଠିକ୍ ଲାଗୁନି
ସବୁ ଜାଣିକି
ଚୁପ୍ ଯେଉଁମାନେ ରହନ୍ତି

ମୁହଁ ହସରେ
ବଶ କରିକି
ଖାଣ୍ଟି ମିଛ କଥା କହନ୍ତି

କଥାରେ ତାଙ୍କ
ଲଥା ରଖିକି
ବ୍ୟଙ୍ଗ ଢଙ୍ଗ ଭାବ ଦିଅନ୍ତି

ଖୋଲା କଥାରେ
କାଳେ ମର୍ଯ୍ୟଦା
ଚାଲିଯିବ ଡରି ଚଳନ୍ତି

ନିଜ ପାଇଁ ନା
ପର ପାଇଁ କି
ସହଜେ କିପରି ଚଳିବା।

ନିଜ ହସ ନା
ପର ହସରେ
ଅଧିକ ଖୁସି ପାଇବା।

ଯନ୍ତ୍ରଣା ପାଇ
ଲୁଚାଉ ଥିବା
ନା ପ୍ରତିରୋଧ ରେ ବଞ୍ଚିବା।

ସତ୍ ମାର୍ଗର
ରାସ୍ତାରେ ଯିବା
ନା ଅସତ୍ ରେ ବେଶୀ ଅର୍ଜିବା।

ବୃତ୍ତିଟା ଖୁସି
ଦିଅଇ ବେଶୀ
ନା ଆତ୍ମତୃପ୍ତିରେ ଖୁସି ଥାଏ।

ଅଜଥା ତର୍କ
ଆନନ୍ଦ ଦିଏ
ନା ହଁ ମାରିଲେ, ଶ୍ରେଷ୍ଠ ହୁଏ।

ବ୍ରହ୍ମପୁର

Leave A Reply

Your email address will not be published.