Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୬୨୩ କରୋନା ପଜିଟିଭ୍, ୧୮ ବର୍ଷ ଭିତରେ ୯୫ ନୂଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । ପ୍ଲାଟ୍ୟୁ ସ୍ଥିତିରେ ରହିଛି ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ରୁ ୭୦୦ ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬୨୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୩୬୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୧ । ୧୮ ବର୍ଷ ଭିତରେ ଆଉ ୯୫ ଜଣ ସଂକ୍ରମିତ ହୋଇଛନ୍ତି ।

ଆଜି ୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୧ ପଜିଟିଭ୍ ବାହାରିଛନ୍ତି । କଟକରୁ ୭୪, ଜଗତସିଂହପୁରରୁ ୨୯, ବାଲେଶ୍ୱର ଓ ଯାଜପୁର ଜିଲ୍ଲରୁ ଆଉ ୨୮ ଜଣ ଲେଖାଏ ସଂକ୍ରମିତ ହୋଇଛନ୍ତି । ବାକି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ୪ ଜିଲ୍ଲା ବୌଦ୍ଧ, ବଲାଙ୍ଗିର, ମାଲକାନଗିରି ଓ ନୂଆପଡ଼ାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।

୨୪ ଘଣ୍ଟାରେ ୬୨ହଜାର ୯୧୭ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୦.୯୯ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୨୦ହଜାର ୨୪୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୬ହଜାର ୩୨୦ ଆକ୍ରାନ୍ତ । ଏବେ ରାଜ୍ୟରେ ୫ହଜାର ୭୩୬ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.