Latest Odisha News

BREAKING NEWS

ପଞ୍ଜାବ କମାଣ ଧରିବେ ରାହୁଲଙ୍କ ଘନିଷ୍ଠ ସୁନୀଲ ଜାଖଡ ! ଆଜି ନୂଆ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା

ଅମୃତସର: ପଞ୍ଜାବରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? କ୍ୟାପଟେନ୍ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ଚର୍ଚ୍ଚା । ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇବ ? ରେସରେ ସବୁଠୁ ଆଗରେ ଅଛନ୍ତି ସୁନୀଲ ସୁନୀଲ ଜାଖଡ । ରାହୁଲ ଗାନ୍ଧିଙ୍କ ଘନିଷ୍ଠ କୁହଯାଉଥିବା ସୁନୀଲ ପୂର୍ବରୁ ସାଂସଦ ଓ ରାଜ୍ୟ ପିସିସି ସଭାପତି ରହିଥିଲେ ।

ସେହିପରି ରେସରେ ଅଛନ୍ତି ସୋନିଆଙ୍କ ଅତି ଘନିଷ୍ଠ ସହଯୋଗୀ ତଥା ଦଳର ବରିଷ୍ଠ ନେତ୍ରୀ ଅମ୍ବିକା ସୋନି । ଆଉ କିଛି ନେତାଙ୍କ ନାଁକୁ ବି ନେଇ ଚର୍ଚ୍ଚା ଚାଲିଛି । ତେବେ ମୁଖ୍ୟମନ୍ତ୍ରୀ ବାଛିବା ନିଷ୍ପତ୍ତି ସୋନିଆ ଗାନ୍ଧିଙ୍କ ଉପରେ ଛାଡିଛି ଦଳ । ଗତକାଲି ବିଧାୟକ ଦଳ ବୈଠକରେ ଦୁଇ ଜଣଙ୍କ ନାଁ ଉପରେ ଚର୍ଚ୍ଚା ହୋଇଥିଲା ।

କୁହାଯାଉଛି ପଞ୍ଜାବ ସରକାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ଜଣେ ଦଳିତ ବର୍ଗର ଓ ଆଉ ଜଣେ ଶିଖ ସମୁଦାୟରୁ ହୋଇପାରନ୍ତି । ଆଜି ପୁଣି ଥରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ । ଏଥିରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାଙ୍କ ନାଁରେ ମୋହର ବାଜିବ । ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପଟେନ୍ ଅମରିନ୍ଦର ସିଂହ । ଅପମାନିତ ହୋଇ ସେ ଇସ୍ତଫା ଦେଇଥିବା କହିଥିଲେ ।

Leave A Reply

Your email address will not be published.