Latest Odisha News

BREAKING NEWS

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୫ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ସମଗ୍ର ମାନବ ଜାତିର ବିନାଶର କାରଣ ପାଲଟିଛି କରୋନା। କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଢେ ପାଞ୍ଚ କୋଟି ପାର୍‌ କରିସାରିଲାଣି।

ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୫ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏଥିସହ ୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଗତ ଦିନରେ ମେକ୍ସିକୋରେ ସର୍ବାଧିକ ମୃତ୍ୟୁ ଘଟିଥିବା ରିପୋର୍ଟ ସାମ୍‌ନାକୁ ଆସିଛି। ଏହା ପରେ ଆମେରିକା, ଇଟାଲୀ, ଇରାନ, ଭାରତରେ ସର୍ବାଧିକ ମୃତ୍ୟୁ ଘଟିଥିଲା।

ୱାର୍ଲଡ୍‌ ମିଟର ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ୫ କୋଟି ୫୩ ଲକ୍ଷ ୩୪ ହଜାର ୯୬୩ ମାମଲା ରୁଜୁ ହୋଇଛି। ଏଥି ସହିତ, ଏପର୍ଯ୍ୟନ୍ତ ୧୩ ଲକ୍ଷ ୩୧ ହଜାର ୬୯୭ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଠାରେ ୩ କୋଟିରୁ ଅଧିକ ଲୋକ ଆରୋଗ୍ୟ ହୋଇଛନ୍ତି। ୧ କୋଟି ୬୮ ଲକ୍ଷ ୫୬ ହଜାର ୯୧୩ ଲୋକ ଏବେ ବି ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.