Latest Odisha News

ଓଡ଼ିଶାରୁ କରୋନାରେ ଆଉ ୬୯ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା ଜନିତ ମୃତ୍ୟୁସଂଖ୍ୟା । ଆଉ ୬୯ ଜଣଙ୍କର ଜୀବନ ଯାଇଛି । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।

ବରଗଡ଼ରେ ୭ ଓ ଅନୁଗୋଳ ଜିଲ୍ଲାରୁ କରୋନା ନେଇଛି ଆଉ ୬ ଜଣଙ୍କର ଜୀବନ । କେନ୍ଦୁଝରରୁ ୫, କେନ୍ଦ୍ରାପଡ଼ାରୁ ୪ ଓ ବାଲେଶ୍ୱର ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ଭଦ୍ରକ, ଗଞ୍ଜାମ, ନୟାଗଡ଼, ପୁରୀ ଜିଲ୍ଲାରୁ ଆଉ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । କୋରାପୁଟ ଓ ସମ୍ୱଲପୁର ଜିଲ୍ଲାରୁ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୫ହଜାର ୨୪୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.