ନୂଆଦିଲ୍ଲୀ: ଦିଲ୍ଲୀର ହାଉଜ ଖାସ ଭିଲେଜ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ୪୩ତମ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀନୀଳାଚଳ ସେବା ସଂଘ ତରଫରୁ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ପାଳନ କରି ବାହୁଡ଼ା ଯାତ୍ରା କରାଯାଇଥିଲା । ଶ୍ରୀଗୁଣ୍ଡିଚା ଗୃହରେ ଠାକୁରଙ୍କର ପୂଜାର୍ଚ୍ଚନା ଓ ନୀତିକାନ୍ତି କରାଯାଇଥିଲା । ସାଡ଼େ ଚାରିଟା ବେଳେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ଶ୍ରୀସୁଦର୍ଶନ, ପରେ ପରେ ବଡ଼ଭାଇ ଶ୍ରୀବଳଭଦ୍ର ପହଣ୍ଡିରେ ରଥାରୁଢ଼ ହୋଇଥିଲେ ।

ଶ୍ରୀବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଓ ଶେଷରେ ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ସୀମିତ ସେବାୟତ ଓ ସଂଗଠକଙ୍କ ଦ୍ୱାରା ସୁନ୍ଦର, ସୁଶୋଭିତ ଓ ରଙ୍ଗବେରଙ୍ଗ କପଡ଼ାରେ ସୁସଜ୍ଜିତ ରଥ ଉପରେ ବିରଜମାନ କରାଯାଇଥିଲା । ଭକ୍ତଙ୍କର ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀ ସାଙ୍ଗକୁ ଶଙ୍ଖ, ଘଣ୍ଟଘଣ୍ଟା, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ଧ୍ୱନୀରେ ପ୍ରକମ୍ପିତ ହେଇଥିଲା ଗଗନପବନ । ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

ଶ୍ରୀନୀଳାଚଳ ସେବା ସଂଘର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର ନାଥ ପ୍ରଧାନ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହାପରେ ରଥଟିକୁ ମନ୍ଦିର ସମ୍ମୁଖସ୍ଥ ବଡ଼ଦାଣ୍ଡରେ ୫୦୦ମିଟର ଯାଏ ଟଣାଯାଇ ପୁଣି ମନ୍ଦିର ଅଗଣା ନିକଟକୁ ଫେରାଇ ଅଣାଯାଇଥିଲା । ରଥାରୁଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ରାତି ସାଢ଼େ ୯ଟା ବେଳେ ମହାପ୍ରଭୁଙ୍କୁ ରୋଷଣି କରି ନାଟ୍ୟ ମଣ୍ଡପକୁ ନିଆଯାଇଥିଲା । ନୀଳାଦ୍ରି ବିଜେ ଯାଏ ସେହିଠାରେ ଅବସ୍ଥାନ କରିବେ ଶ୍ରୀଜିଉ ।
ଏହି ଅବସରରେ ପଣ୍ଡିତ ଭାଗିରଥୀ ଝା ମହାପ୍ରଭୁ ଶ୍ରୀ ଜଗନାଥଙ୍କର ଅଲୌକିକ କଥାମୃତକୁ ଆଧାର କରି ପ୍ରଦାନ କରିଥିବା ପ୍ରବଚନ ସଭିଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା । ରଥ ଉତ୍ସବର ବିଶେଷ ଆକର୍ଷଣ, ସନ୍ଧ୍ୟାରେ ସଂଗୀତ ବିଶ୍ଵମୋହନ ଏବଂ ସୁର ମଲହାର ଆଦି ସଂସ୍ଥା ତରଫରୁ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା । ସମଗ୍ର କାର୍ଯ୍ୟକ୍ରମକୁ ଫେସବୁକ ଜରିଆରେ ସିଧା ପ୍ରସାରଣ କରାଯାଇଥିଲା ।
ବାହୁଡ଼ା ଯାତ୍ରାର ଅୟୋଜନକୁ ସଫଳ କରାଇବାରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ଉପସଭାପତି ଗଜେନ୍ଦ୍ର ପ୍ରସାଦ ସାମନ୍ତ, କୋଷାଧ୍ୟକ୍ଷ ପଙ୍କଜ ମହାନ୍ତିଙ୍କ ସମେତ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ।

BREAKING NEWS
- ଫ୍ରାନ୍ସରେ ହିଂସାତ୍ମକ ଆନ୍ଦୋଳନ: ଭାରତୀୟ ଦୂତାବାସର ପରାମର୍ଶ – “ସତର୍କ ରୁହନ୍ତୁ “
- ମା’ଙ୍କ ଭସାଣି ପାଇଁ ବ୍ୟାପକ ବ୍ୟବସ୍ଥା ; ଏପଟେ ଡିଜେ ବଜାଇଲେ କଡ଼ା କର୍ଯ୍ୟାନୁଷ୍ଠାନ
- Govt Committed To Resolve Kotia Dispute:କୋଟିଆ ପ୍ରସଙ୍ଗ:ଆଡଭୋକେଟ୍ ଜେନେରାଲ ଏବଂ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ବୈଠକ
- ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ବିଜୟ ପାଇଁ ଟିମ ଇଣ୍ଡିଆ ଅପେକ୍ଷା କରିଥିଲା ୧୦ ବର୍ଷ
- କେମିକାଲ ଓ ପେଟ୍ରୋକେମିକାଲ୍ସ ହବ୍ ହେବାକୁ ଓଡ଼ିଶାର ଉଦ୍ୟମ; ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା

Comments are closed.