ଭୁବନେଶ୍ବର: ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୪୫ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ ୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ରହିଛି । ବର୍ତ୍ତମାନ ସୁଦ୍ଧା ୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।
ସେପଟେ ଦେଶରେ ବି ଉପରମୁହାଁ କରୋନା ସଂକ୍ରମଣଙ୍କ ସଂଖ୍ୟା । କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ମୁହାଁ ହୋଇଛି । ସକ୍ରିୟ ସଂକ୍ରମଣ ମାମଲା ୫ ହଜାର ୭୫୫ ରେ ପହଞ୍ଚିଛି । ଏଥିମଧ୍ୟରୁ କେରଳରେ ସର୍ବାଧିକ ୧୮୦୬ ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୭୧୭, ଦିଲ୍ଲୀରେ ୬୬୫ ଏବଂ ମହାରାଷ୍ଟ୍ରରେ ସକ୍ରିୟ ମାମଲା ୫୭୭ ରହିଛି । ସେହିପରି କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ଯଥାକ୍ରମେ ୪୪୪ ଏବଂ ୨୮୮ ମାମଲା ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୨୦୮ ଟି ମାମଲା ଚିହ୍ନଟ ହୋଇଛି ।
ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୪ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫୯ ରେ ପହଞ୍ଚିଛି । ଆଇସିଏମଆର ରିପୋର୍ଟ ଅନୁଯାୟୀ ପଶ୍ଚିମ ଓ ଦକ୍ଷିଣରେ ମିଳିଥିବା ନମୁନା ଜିନୋମ୍ ସିକ୍ବେନ୍ସିରୁ ଜଣାପଡିଛି ଯେ ଚିହ୍ନଟ ହୋଇଥିବା ନୂଆ ଭୂତାଣୁ ଓମିକ୍ରନର ନୂ୍ଆ ପ୍ରଜାତି । ଗୋଟିଏ ପଟେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍, ଆଇସିୟୁ ବେଡ୍, ଭେଣ୍ଟିଲେଟର ଓ ଆବଶ୍ୟକୀୟ ଔଷଧପତ୍ର ମହଜୁଦ ରଖିବାକୁ ରାଜ୍ୟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।
Comments are closed.