Latest Odisha News

BREAKING NEWS

ଆଜି ରାଜ୍ୟରୁ ୭୧ କରୋନା ପଜିଟିଭ୍, ୯୪୬ଟି ରହିଛି ଆକ୍ଟିଭ୍ କେସ୍

ଭୁବନେଶ୍ୱର: ମହାମାରୀ ଲଢ଼େଇରେ ଓଡ଼ିଶା ଏବେ ଭଲ ସ୍ଥିତିରେ ରହିଛି । ଶହେ ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ସୁସ୍ଥ ହାର ବଢ଼ିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୧ ଜଣ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୯ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୧ ଜଣ ନୂଆ ସଂକ୍ରମିତ ହୋଇଛନ୍ତି ।

ବାକି ୧୭ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ୍ ରହିଛି । ଭଦ୍ରକ, ଦେବଗଡ଼, ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦୁଝର, କୋରାପୁଟ, କନ୍ଧମାଳ, ନୟାଗଡ଼, ନବରଙ୍ଗପୁର, ମାଲକାନଗିରି, ସୁବର୍ଣ୍ଣପୁର ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୫ହଜାର ୨୮୨କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୨ହଜାର ୩୭୭ ଆକ୍ରାନ୍ତ । ଏବେ ରାଜ୍ୟରେ ୯୪୬ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.