Latest Odisha News

BREAKING NEWS

ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ୍ । ସେମାନଙ୍କ ଅଫିସରେ ଟିକାକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଦିଆଯିବ ଟିକା । ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୯୨ହଜାର ଡାଟା ବେସ ପ୍ରସ୍ତୁତ ହୋଇଛି ।

ଆସନ୍ତା ୬ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ତିନି ସପ୍ତାହ ଭିତରେ ଟିକାଦାନ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଓଡିଶାକୁ ଆଜି ୬୩ ହଜାର ୯୦ ଡୋଜ୍ କୋଭିସିଲ୍ଡ ଟିକା ଆସିଛି । ୮୩ ହଜାର ୫୦୦ ଡୋଜ୍  କୋଭାକ୍ସିନ୍ ଟିକା ବି ଆସିଛି । ଆସନ୍ତା ୧୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହେବ । ଫେବ୍ରୁଆରୀ ୧୫ରୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ।

Leave A Reply

Your email address will not be published.