Latest Odisha News

BREAKING NEWS

କାଲି ଖସିଥିଲା ଆଜି ବଢ଼ିଲା, ୨୪ ଘଣ୍ଟାରେ ୭ ହଜାର ୨୧୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୧୦ ହଜାର ତଳକୁ ଖସିଛି । ଗତକାଲି ୭ ହଜାରରୁ କମ୍ ମାମଲା ଆସିଥିବା ବେଳେ ଆଜି ୭ ହଜାର ଡେଇଁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୨୧୬ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୪୦୪୧ଟି ମାମଲା ଆସିଥିବା ବେଳେ ୩ ହଜାର ୧୭୫ଟି ମାମଲା ସ୍ଥାନୀୟ ସଂକ୍ରମଣ । ଆଜି କଟକ ଜିଲ୍ଲାରେ ସର୍ବାଧିକ ୧୦୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୮୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୪୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୧୫ ଜଣ, ବରଗଡ଼ରୁ ୩୩୧ ଜଣ, ଭଦ୍ରକରୁ ୨୪୬ ଜଣ, ବଲାଙ୍ଗିରରୁ ୧୩୦ ଜଣ, ବୌଦ୍ଧରୁ ୧୪୮ ଜଣ, କଟକରୁ ୧୦୯୧ ଜଣ, ଦେବଗଡ଼ରୁ ୬୮ ଜଣ, ଢେଙ୍କାନାଳରୁ ୪୨୮ ଜଣ, ଗଜପତିରୁ ୩୮ ଜଣ, ଗଞ୍ଜାମରୁ ୧୫୦ ଜଣ, ଜଗତସିଂହପୁରରୁ ୧୮୩ ଜଣ, ଯାଜପୁରରୁ ୨୪୧ ଜଣ, ଝାରସୁଗୁଡ଼ାରୁ ୬୪ ଜଣ, କଳାହାଣ୍ଡିରୁ ୧୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କନ୍ଧମାଳରୁ ୧୦୧ ଜଣ, କେନ୍ଦ୍ରାପଡ଼ାରୁ ୪୮୭ ଜଣ, କେନ୍ଦୁଝରରୁ ୭୨ ଜଣ, ଖୋର୍ଦ୍ଧାରୁ ୮୦୯ ଜଣ, କୋରାପୁଟରୁ ୨୨୦ ଜଣ, ମାଲକାନଗିରିରୁ ୧୩୫ ଜଣ, ମୟୂରଭଞ୍ଜରୁ ୨୭ ଜଣ, ନବରଙ୍ଗପୁରରୁ ୨୪୨ ଜଣ, ନୟାଗଡ଼ରୁ ୧୬୪ ଜଣ, ନୂଆପଡ଼ାରୁ ୬୬ ଜଣ, ପୁରୀରୁ ୧୧୦ ଜଣ, ରାୟଗଡ଼ାରୁ ୨୪୬ ଜଣ, ସମ୍ବଲପୁରରୁ ୨୪୧ ଜଣ, ସୋନପୁରରୁ ୭୪ ଜଣ, ସୁନ୍ଦରଗଡ଼ରୁ ୧୮୪ ଜଣ ଏବଂ ଷ୍ଟେଟପୁଲରୁ ୧୪୬ ଜଣ ଆକ୍ରାନ୍ତି ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫କୁ ବୃଦ୍ଧି ପାଇଛି । ମୋଟ ୬ ଲକ୍ଷ ୩୫ ହଜାର ୧୭୯ ଜଣ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୧ ଲକ୍ଷ ୨ ହଜାର ୭୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Leave A Reply

Your email address will not be published.