Latest Odisha News

BREAKING NEWS

ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଆଜି କରିବେ କ୍ଷୟକ୍ଷତିର ଆକଳନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଓଡିଶାରେ ଗସ୍ତରେ ଆସି ବାତ୍ୟା ‘ୟାସ୍’ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରୁ ସକାଳ ୮.୫୦ ରେ ବିମାନ ଉଡ଼ାଣ କରିବେ ଏବଂ ସକାଳ ୧୦.୫୦ ରେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ।

High Alert Issued To Coastal Odisha Districts For Probable Cyclone In Bay Of Bengal

ସକାଳ ୧୧ଟାରେ ସେ ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିବେ ଏବଂ ରାଜ୍ୟରେ କରାଯାଉଥିବା ରିଲିଫ୍ କାର୍ଯ୍ୟର ଆକଳନ କରିବେ।

ଏହା ପରେ ସେ ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାରେ ବିମାନ ଯୋଗେ ସର୍ଭେ କରିବାକୁ ଯିବେ। ଏହି ବାତ୍ୟା ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ବିପୁଳ ପରିମାଣର ବର୍ଷା ବ୍ୟତୀତ ଅନ୍ୟ କୌଣସି ବଡ଼ ଧରଣର କ୍ଷତି ହୋଇନଥିବା ଜଣାପଡ଼ିଛି।

ତେବେ ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.