Latest Odisha News

ଆଜି ରାଜ୍ୟରୁ ୭୬୨ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୨ ପିଲା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୈନକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଶହରୁ ୮ଶହ ଭିତରେ ରହୁଛି । କେବେ କମୁଛି କେବେ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୬୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୧୯ । ରାଜ୍ୟରେ ଆଉ ୧୦୨ ଜଣ ଶିଶୁ ଓ କିଶୋର (୦-୧୮ବର୍ଷ ଭିତରେ) କରୋନାରେ ସଂକ୍ରମିତ ହୋଇଛନ୍ତି ।

ଆଜି ବୌଦ୍ଧକୁ ଛାଡ଼ି ଆଉ ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୪ ଓ କଟକରୁ ୧୧୯ ଜଣ ପଜିଟିଭ୍ ବାହାରିଛନ୍ତି । ବାକି ସବୁ ଜିଲ୍ଲାରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଭିତରେ ରହିଛି । ୧୭ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି ।

୨୪ ଘଣ୍ଟାରେ ୬୪ହଜାର ୬୦୨ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୧୭ ପ୍ରତିଶତ । ପଜିଟିଭିଟିରେ ଗ୍ରୀନ୍ ହୋଇଛି ଓଡ଼ିଶା । ଆକ୍ଟିଭ୍ କେସରେ କେବଳ ଖୋର୍ଦ୍ଧା ରେଡ୍ ଜୋନରେ ଅଛି ।

ଆଉ ୮ ଜଣଙ୍କୁ ମିଶାଇ ରାଜ୍ୟରୁ କରୋନା ନେଲାଣି ୮ହଜାର ୭୦ ଜୀବନ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୧୩ହଜାର ୫୬୭କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୯୮ହଜାର ୫୯୧ ଆକ୍ରାନ୍ତ । ଏବେ ୬ହଜାର ୮୫୩ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.