Latest Odisha News

BREAKING NEWS

ବିପଦ ସଙ୍କେତ ଟପିଲା ଜଳକା

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବଢ଼ିଛି ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି । ବସ୍ତା ବ୍ଲକର ମଥାନୀଠାରେ ସକାଳ ୬ଟା ସୁଦ୍ଧା ୫.୬ ମିଟର ଜଳ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ରହିଛି ୫.୫ ମିଟର ।

ଫଳରେ ବସ୍ତା ବ୍ଲକର ବାହାର୍ଦ୍ଦା, ସଦାନନ୍ଦପୁର, ଚକୁରାଇ, ଦୁଧହଂସା, ଦରିଡ଼ା, ଗଡ଼ିପଦା ଓ ରାଉତପଡ଼ା ସମେତ ସଦର ବ୍ଲକର ୨ଟି ପଞ୍ଚାୟତରେ ପଶିଛି ଜଳକା ନଦୀର ବଢ଼ି ପାଣି ।

ଆଜି ପାଣିପାଗ ବିଭାଗ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରୁ ବର୍ଷା ନେଇ ଆଲର୍ଟ କରିଛି । ଆଗକୁ ବର୍ଷା ହେଲେ ଜଳସ୍ତର ବଢ଼ିବ । ଫଳରେ ଜଳକା ନଦୀ ଅବବାହିକାରେ ଥିବା ଗାଁଗୁଡ଼ିକରେ ପାଣି ପଶିପାରେ । ତଳି ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛ । ସ୍ଥିତି ଉପରେ ପ୍ରଶାସନ ତୀକ୍ଷଣ ନଜର ରଖିଛି ।

Leave A Reply

Your email address will not be published.