Latest Odisha News

BREAKING NEWS

ଓଡ଼ିଶାରୁ ୮୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୭ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଅପେକ୍ଷା ସାମାନ୍ୟ ବଢିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୨୦ ଜଣ ୦-୧୮ ବର୍ଷ ଭିତରେ ଛୁଆ ଓ କିଶୋର ଅଛନ୍ତି । ଆଜି କ୍ୱାରେଣ୍ଟାଇନରୁ ୪୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୫୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୭ ଓ ବାଲେଶ୍ୱର ଜିଲ୍ଲାରୁ ବାହାରିଛନ୍ତି ଆଉ ୫୧ ସଂକ୍ରମିତ ।

ଆଜି କୋରାପୁଟ ଓ ନୂଆପଡ଼ା ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି . ବାକି ୨୫ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଭିତରେ ରହିଛି । ୨୪ ଗଣ୍ଟାରେ ମୋଟ୍ ୭୧ହଜାର ୨୪୭ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୧୯ ପ୍ରତିଶତ ।

ଆଉ ୭ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ହଜାର ୩୫କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୦ହଜାର ୭୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୯୪ହଜାର ୬୩୯ ସଂକ୍ରମିତ । ଏବେ ରାଜ୍ୟରେ ୭ହଜାର ୩୪୫ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.