Latest Odisha News

ପାରାଲିମ୍ପିକ୍ସ ସୁଟିଂରେ ଅବନୀ ଲେଖରାଙ୍କୁ ଆଉ ଗୋଟିଏ ପଦକ

ଟୋକିଓ: ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି । ସୁଟିଂରେ ପୁଣି ପଦକ ଆଣିଲେ ଅବନୀ ଲେଖରା । ୫୦ ମିଟର ରାଇଫଲ୍ ୩ ପୋଜିସନ୍ SH1 ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଫାଇନାଲରେ ସେ ମୋଟ୍ ୪୪୫.୯ ସ୍କୋର କରିଥିଲେ । ପୂର୍ବରୁ ୧୯ ବର୍ଷୀୟ ଅବନୀ ଲେଖରା ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ମହିଳା R2 ୧୦ ମିଟର ଏୟାର ରାଇଫଲର କ୍ଲାସ୍ SH1ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପାରାଲିମ୍ପିକ୍ସ ଇତିହାସରେ ସୁଟିଂରେ ପଦକ ଆଣି ଇତିହାସ ରଚିଥିଲେ ଅବନୀ ଲେଖରା । ପ୍ରଥମ ଭାରତୀୟ ମହିଳା ଭାବରେ ପାରାଲିମ୍ପିକ୍ସରେ ଦୁଇଟି ମେଜାଲ୍ ଜିତିଛନ୍ତି ।

ସେହିପରି ପ୍ରଥମ ଭାରତୀୟ ମହିଳା ସୁଟର ଭାବରେ ଅଲିମ୍ପିକ୍ସ/ପାରାଲିମ୍ପିକ୍ସରେ ଦୁଇଟି ମେଡାଲ୍ ହାସଲ କରିଛନ୍ତି ଅବନୀ ଲେଖରା । ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.