Latest Odisha News

ହଜାରେ ତଳେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ରାଜ୍ୟରୁ ୮୬୮ ପଜିଟିଭ୍

ଭୁବନେଶ୍ୱର: ଗତ ସପ୍ତାହେ ହେବ ରାଜ୍ୟରେ କ୍ରମାଗତ ଭାବରେ ହଜାରେ ତଳେ ରହିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କମୁଛି ଲୋକାଲ୍ କଣ୍ଟାକ୍ଚ କେସ୍ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ସଂକ୍ରମିତ ହୋଇଛନ୍ତି ଆଉ ୮୬୮ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୯୯ ଜଣ ଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୩୬୯ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୮୭, କଟକରୁ ୬୪ ଓ ଅନୁଗୁଳ ଜିଲ୍ଲାରୁ ସଂକ୍ରମିତ ହୋଇଛନ୍ତି ୫୪ ଜଣ । ବାକି ସମସ୍ତ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ କମ୍ ରହିଛି ।

ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୧ ହଜାର ୭୮୮କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧ ହଜାର ୭୭୭ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ୮ ହଜାର ୩୬୬ ରହିଛି ।

Leave A Reply

Your email address will not be published.