Latest Odisha News

BREAKING NEWS

ଆଜି ରାଜ୍ୟରୁ ୮୬୮୧ କରୋନା ପଜିଟିଭ୍, କେବଳ ୫ଟି ଜିଲ୍ଲାରୁ ୪୨% ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କେବେ କମୁଛି ତ କେବେ ବଢୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮ହଜାର ୬୮୧ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪ହଜାର ୯୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୭୩୩ । କରୋନାର ରେଡ୍ ହଟ୍ ଜିଲ୍ଲା ପାଲଟିଛି ଖୋର୍ଦ୍ଧା । ସର୍ବାଧିକ ୧୪ଶହ ୮ ପଜିଟିଭ୍ ବାହାରିଛନ୍ତି । ଅର୍ଥାତ ଆଜି ଯେତିକି ସଂକ୍ରମତ ତାର ୧୬ ପ୍ରତିଶତ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି । ୨୨ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କ ଉପରେ ରହିଛି ।

ସେହିପରି ସୁନ୍ଦରଗଡ଼ରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧୪, ବଲାଙ୍ଗିରରୁ ଚିହ୍ନଟ ହୋଇଛନ୍ତି ୪୫୯ ପଜିଟିଭ୍ । ସେହିପରି ବରଗଡ଼ରୁ ୪୨୩, ଅନୁଗୋଳ ୪୧୯, ଝାରସୁଗୁଡ଼ା ୪୧୧, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡ଼ା ଚିହ୍ନଟ ହୋଇଛନ୍ତି ୩୦୪ ସଂକ୍ରମିତ । ୧୧ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ତିନି ଶହ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୪ଲକ୍ଷ ୪୪ହଜାର ୧୯୪ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୮୦ହଜାର ୪୦୦ ଆକ୍ରାନ୍ତ । ଏବେ ରାଜ୍ୟରେ ୬୧ହଜାର ୬୯୮କୁ ବୃଦ୍ଧି ପାଇଛି ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୫ହଜାର ୪୫୨ଟି କୋଭିଡ୍ ଟେଷ୍ଟ କରାଯାଇଛି ।

Leave A Reply

Your email address will not be published.