ଭୁବନେଶ୍ୱର: ଓଡ଼ିଶାରେ ଚଳିତବର୍ଷ କରୋନା ଭାଙ୍ଗୁଛି ରେକର୍ଡ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ବିଶେଷ କରି ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଦୈନିକ ସଂକ୍ରମଣ ବ୍ୟାପୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୭୯ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଏହି ସଂଖ୍ୟା ପାଖାପାଖି ଶହେ ଅଧିକ । କ୍ୱାରେଣ୍ଟାଇନରୁ ୫୧୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୧ଟି । ୨୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 7th April
New Positive Cases: 879
In Quarantine: 518
Local Contacts: 361(Details of local contacts will be shared by concerned District Administration)
District Wise Cases:
1. Angul: 20
2. Balasore: 22
3. Bargarh: 53
4. Bhadrak: 17
5. Balangir: 26— I & PR Department, Odisha (@IPR_Odisha) April 8, 2021
ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ପଜିଟିଭ୍ ବାହାରିଛନ୍ତି । ଛତିଶଗଡ଼ ସୀମାନ୍ତ ସୁନ୍ଦରଗଡ଼ରୁ ୧୩୧ ସଂକ୍ରମିତ ହୋଇଥିବା ବେଳେ ନୂଆପଡ଼ାରୁ ୬୧, ବରଗଡ଼ ୫୩, ସମ୍ୱଲପୁର ୪୮ଓ କଳାହାଣ୍ଡି ଜିଲ୍ଲାରୁ ଆଉ ୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୫୦, ପୁରୀ ୪୫ ଓ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତ ହୋଇଛନ୍ତି ଆଉ ୩୧ଜଣ ।
22. Nayagarh: 6
23. Nuapada: 61
24. Puri: 45
25. Rayagada: 13
26. Sambalpur: 48
27. Sonepur: 2
28. Sundargarh: 131
29. State Pool: 32New recoveries: 246
Cumulative tested: 9275631
Positive: 345526
Recovered: 338662
Active cases: 4888— I & PR Department, Odisha (@IPR_Odisha) April 8, 2021
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୪୫ହଜାର ୫୨୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୮ହଜାର ୬୬୨ ଆକ୍ରାନ୍ତ । ଏବେ ରାଜ୍ୟରେ ୪ହଜାର ୮୮୮ଟି ଆକ୍ଟିଭ୍ କେସ୍ ରହିଛି ।
Comments are closed.