Latest Odisha News

BREAKING NEWS

ଆଜି ରାଜ୍ୟର ୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୮୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଏବେ ରାଜ୍ୟରୁ ପ୍ରତିଦିନ ଶହେରୁ କମ୍ କରୋନା ଆକ୍ରାନ୍ତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୮୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୧ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବଧିକ ୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବରଗଡ଼ ଜିଲ୍ଲାରୁ ବାହାରିଛନ୍ତି ଆଉ ୧୦ ପଜିଟିଭ୍ । ବାକି ୧୬ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୬ହଜାର ୨୬୨କୁ ବୃଦ୍ଧି ପାଇଛି । ସୁସ୍ତ ହୋଇଛନ୍ତି ୩ଲକ୍ଷ ୩୩ହଜାର ସଂକ୍ରମିତ । ଏବେ ରାଜ୍ୟରେ ୭୪୪ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.