Latest Odisha News

ସେୟାର ବଜାରରେ ନୂଆ ରେକର୍ଡ, ପ୍ରଥମ ଥର ୫୨ ହଜାର ଉପରେ ସେନସେକ୍ସ

ମୁମ୍ବାଇ: ସେୟାର ମାର୍କେଟରେ ନୂଆ ରେକର୍ଡ । ବମ୍ବେ ଏକ୍ସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ୩୬୩.୪୫ ଅଙ୍କ ବଢ଼ି ୫୧, ୦୩୬.୧୪ରେ ଖୋଲିଥିଲା । ପରେ ଏହା ୫୨, ୦୩୬.୧୪ ଯାଏ ଯାଇଛି । ସେହିଭଳି ନିଫ୍ଟି ୧୦୭ ବଢ଼ି ୧୫, ୨୯୭.୧୦ ଅଙ୍କ ରହିଛି । ବିଶେଷଜ୍ଞଙ୍କ ଅନୁସାରେ ବିଦେଶୀ ବଜାରରେ ଭଲ ସ୍ଥିତିର ପ୍ରଭାବ ଘରୋଇ ବଜାରରେ ପଡ଼ିଛି । ସାଧାରଣ ବଜେଟ୍ ପରେ ଘରୋଇ ବଜାରରେ ଭଲ ବୃଦ୍ଧି ଘଟିଛି ।

ସେନସେକ୍ସ ସକାଳ ୯ଟା ୨୩ରେ ଗତ ବାଣିଜ୍ୟ ଦିନଠାରୁ ୪୭୮.୨୭ ଅଙ୍କ ଅର୍ଥାତ୍ ୦.୯୩ ପ୍ରତିଶତ ବଢ଼ି ୫୨, ୦୨୨.୫୭ ଅଙ୍କରେ କାରବାର କରୁଛି । ନିଫ୍ଟି ଗତ ବାଣିଜ୍ୟ ଦିନଠାରୁ ୧୨୮.୩୦ ଅଙ୍କ ଅର୍ଥାତ୍ ୦.୮୫ ପ୍ରତିଶତ ବୃଦ୍ଧି ପାଇ ୧୫,୨୯୧.୬୦ ଅଙ୍କରେ ରହିଛି ।

ଗତ ଜାନୁଆରୀ ମାସର ମୁଦ୍ରାସ୍ଫୀତି ଆଜି ପ୍ରକାଶ ପାଇବ । ଯାହା ଉପରେ ନିବେଶକଙ୍କ ନଜର ରହିଛି ।

Leave A Reply

Your email address will not be published.