Latest Odisha News

ଆଜି ଓଡ଼ିଶାରୁ ୮୮୩୯ କରୋନା ପଜିଟିଭ୍, ଦୈନିକ ଟେଷ୍ଟ ୭୦ ହଜାର ଟପିଲା

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ସ୍ଥିର ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୮୩୯ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୪ହଜାର ୯୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୮୯୧ । ଆଜି ୭୦ହଜାର ୧୭୮ ନମୁନା ପରୀକ୍ଷା କରାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୨ଶହ ୩୫ ଓ କଟକରୁ ୭୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମୟୂରଭଞ୍ଜରୁ ୫୮୩, ଢେଙ୍କାନାଳରୁ ୫୧୦, ଯାଜପୁରରୁ ୪୯୩, ପୁରୀରୁ ୪୩୮, ଭଦ୍ରକରୁ ୪୧୯, ଅନୁଗୋଳରୁ ୪୧୫ ପଜିଟିଭ୍ ବାହାରିଛନ୍ତି । ବାକି ସବୁ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଭିତରେ ରହିଛି । ୭ଟି ଜିଲ୍ଲା ବଲାଙ୍ଗିର, ଦେବଗଡ଼, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ନୂଆପଡ଼ାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୭ଲକ୍ଷ ୯୦ହଜାର ୯୭୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୭ଲକ୍ଷ ୨ହଜାର ୬୨୧ ଆକ୍ରାନ୍ତ । ଏବେ ରାଜ୍ୟରେ ୮୫ହଜାର ୪୨୩ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.