Latest Odisha News

BREAKING NEWS

ବିଦାୟ ବିଜୟଶ୍ରୀ: ବିଧାନସଭାରେ ଦିଆଗଲା ଗାର୍ଡ ଅଫ୍ ଅନର, ଆଜି ଜନ୍ମମାଟିରେ ଶେଷକୃତ୍ୟ

ଭୁବନେଶ୍ୱର: ଅନ୍ତିମ ଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଜନ୍ମମାଚିର ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ ଅନ୍ତିମ ସଂସ୍କାର ହେବ । ଏଥିପାଇଁ ମର ଶରୀରକୁ ଆଜି ଭୁବନେଶ୍ୱରରୁ ଜନ୍ମମାଟି ଅଭିମୁଖେ ନିଆଯାଉଛି ।

ଆଜି ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା । ଏଠାରେ ତାଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର । ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମେତ କିଛି ନେତା ।

ତାପୂର୍ବରୁ ମର ଶରୀରକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ବଳର ବହୁ ନେତା ଓ କର୍ମୀ ତାଙ୍କର ଶେଷ ଦର୍ଶନ କରିଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ହୋଇଥିଲା । ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲା । ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ବିୟୋଗରେ ଓଡ଼ିଶା ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ରାଉତରାୟ । ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ କ୍ରମାଗତ 6 ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । 1990 ଓ 1995ରେ ଜନତା ଦଳ ଟିକେଟରୁ ବିଜୟୀ ହୋଇଥିଲେ । ପରେ ବିଜେଡି ଟିକେଟରେ ନିର୍ବାଚନ ଜିତି ବିଧାନସଭାକୁ ଆସିଥିଲେ ବିଜୟଶ୍ରୀ ରାଉତରାୟ । ନବୀନ ସରକାରରେ ସେ ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶ୍ରମ, ରାଜସ୍ୱ, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଥିଲେ ।

Leave A Reply

Your email address will not be published.