Latest Odisha News

BREAKING NEWS

ଓଡିଶାରେ ପ୍ରଥମ କୋଭିଡ ଡେଲ୍ଟା ପ୍ଲସ୍ ରୋଗୀ ଚିହ୍ନଟ

ଭୁବନେଶ୍ୱର/ନୂଆଦିଲ୍ଲୀ: ଭାରତରୁ ଡେଲଟା ପ୍ଲସ ଭାରିଆଣ୍ଟର ୪୮ ଟି ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରେ ଓଡିଶାରୁ ଗୋଟିଏ ଚିହ୍ନଟ ହୋଇଥିବା ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ (ଏନସିଡିସି) ନିର୍ଦ୍ଦେଶକ ଡକ୍ଟର ଏସ.କେ ସିଂ।

ପ୍ରାୟ ୪୫ ହଜାର ନମୁନାରୁ ୧୧ଟି ଜିଲ୍ଲାରେ ଚିହ୍ନଟ ହୋଇଛି। ତନ୍ମଧ୍ୟରେ ଓଡିଶାର ଦେବଗଡରୁ ଗୋଟିଏ ପଜିଟିଭ ଚିହ୍ନଟ ହୋଇଥିବା ସୁତ୍ରରୁ ପ୍ରକାଶ।

ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଆଠଟି ରାଜ୍ୟ ଅଧିକ ଚିନ୍ତାଜନକ, କାରଣ ଏଠାରେ ୫୦ ପ୍ରତିଶତରୁ ଅଧିକ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି।

ଏହି ରାଜ୍ୟ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ହରିୟାଣା, କେରଳ, ମହାରାଷ୍ଟ୍ର, ପଞ୍ଜାବ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଆଦି ରହିଛି।

Leave A Reply

Your email address will not be published.