Latest Odisha News

BREAKING NEWS

ଓଡ଼ିଶାରେ ୫୦୦ ତଳକୁ ଖସିଲା ଦୈନିକ କରୋନା କେସ, ୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ବର: ରାଜ୍ୟରେ ଖସୁଛି କରୋନାର ଦୈନିକ ସଂକ୍ରମଣ। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି। ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୭୧ ନୂଆ ଆକ୍ରାନ୍ତ। ଏମାନଙ୍କ ଭିତରେ ୧୮ ବର୍ଷ ବର୍ଗରେ ଆଉ ୫୭ ଜଣ ପଜିଟିଭ ବାହାରିଛନ୍ତି। ୯ ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି।

୨୪ ଘଣ୍ଟାରେ ୫୦ହଜାର ୭୮୨ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୦.୯୮ ପ୍ରତିଶତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୬, କଟକରୁ ୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୨୬ ଏବଂ ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ଆଉ ୨୨ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ବୌଦ୍ଧ, ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ହୋଇ ନାହାନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୮୩୩କୁ ବୃଦ୍ଧି ପାଇଛି। ସୁସ୍ଥ ହେଲେଣି ୧୦ ଲକ୍ଷ ୨ ହଜାର ୧୨୮ ଆକ୍ରାନ୍ତ। ଏବେ ରାଜ୍ୟରେ ୬ ହଜାର ୫୪୮ ଆକ୍ଟିଭ କେସ ରହିଛି ।

Leave A Reply

Your email address will not be published.