Latest Odisha News

BREAKING NEWS

ବର୍ଷା ପାଇଁ ୧୨ ଜିଲ୍ଲାରେ ୨ଦିନ ସ୍କୁଲ ଛୁଟି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଝଡି ବର୍ଷା। କାଲିଠୁ ଅବିରତ ବର୍ଷୁଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ରେଡ୍ ଆଲର୍ଟ ଜାରି ହୋଇଥିବା ୧୨ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ସ୍କୁଲ ଛୁଟି ଘୋଷଣା ହୋଇଥିବା ଜିଲ୍ଲାଗୁଡିକ ହେଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ,ସମ୍ବଲପୁର, ଦେଓଗଡ଼, ଅନୁଗୋଳ, ସୋନପୁର ଓ ବରଗଡ । ଆଜି ଓ ଆସନ୍ତାକାଲି ଏସବୁ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ।

ଏବେ ରାଜ୍ୟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଚାଲିଛି । ବର୍ଷା ଯୋଗୁ ଏହି ସବୁ ଅଂଚଳରେ ଦୁଇ ଦିନ ସ୍କୁଲ ବନ୍ଦ କରାଯିବ।  ପୁରୀରେ ରେକର୍ଡ ବର୍ଷା ହୋଇଛି। ପ୍ରଭାବିତ ହୋଇଛି ଜନଜୀବନ।

 

 

Leave A Reply

Your email address will not be published.