ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ଦୈନିକ ମୃତ୍ୟସଂଖ୍ୟା ବି ରେକର୍ଡ ସ୍ତର ଛୁଇଁଛି । ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ପାର କରିଥିବା ବେଳେ ମୃତ୍ୟୁସଂଖ୍ୟା ବି ବର୍ତ୍ତମାନ ସୁଦ୍ଧା ଦିନକରେ ଅଧିକ । କରୋନା ଓଡ଼ିଶାରୁ ନେଇଛି ଦିନକରେ ସର୍ବାଧିକ ୨୮ ଜୀବନ । ୧୧ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।
ଖୋର୍ଦ୍ଧାରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ସର୍ବାଧିକ ରହୁଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଆଉ ୫ ଜଣ ସଂକ୍ରମିତ ଆଖି ବୁଜିଛନ୍ତି । ସେହିପରି କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଅନୁଗୋଳ ଓ କେନ୍ଦ୍ରପଡ଼ା ଜିଲ୍ଲାରେ ୩ ଜଣ ଲେଖାଏ କରୋନା ସହ ଲଢ଼ି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ନବରଙ୍ଗପୁର, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ କରୋନାରେ ୨ ଜଣ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।
ଗଜପତି, ଗଞ୍ଜମ, ନୂଆପଡ଼ା ଜିଲ୍ଲାରୁ ଆଉ ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪ଶହ ୮୪କୁ ବୃଦ୍ଧି ପାଇଛି ।
Comments are closed.