Latest Odisha News

BREAKING NEWS

ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତିର ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତିର ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୧୧ଟାରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ । ଏହି ବୈଠକରେ ବିଭିନ୍ନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଅନ୍ୟ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଜାତୀୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ(NDMA) ଅଧିକାରୀ ବି ସାମିଲ ହେବେ ।

ଏହାସହ ଟେଲିକମ୍ ସଚିବ, ଶକ୍ତି, ବିମାନ ଚଳାଚଳ, ଭୂବିଜ୍ଞାନୀ ବିଭାଗ ସଚିବଙ୍କ ସହ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ବାତ୍ୟା ୟସ୍ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଦୁଇଟି ରାଜ୍ୟ ସରକାର ବି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ।

ଗତକାଲି ଦୁଇଟି ରାଜ୍ୟ ସହ ଆଲୋଚନା କରିଥିଲେ କ୍ୟାବିଟେନ୍ ସଚିବ । ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଓ ପଶ୍ଚିବଙ୍ଗକୁ ବହୁ ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଛି । ସେହିପରି ଉଦ୍ଧାର ଓ ରିଲିଫ୍ କାର୍ୟ୍ୟ ପାଇଁ ଭାରତୀୟ ସେନା ବି ସଜାଗ ରହିଛି ।

Leave A Reply

Your email address will not be published.