Latest Odisha News

BREAKING NEWS

ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୯୮% ଆକ୍ରାନ୍ତ, ୨୪ ଘଣ୍ଟାରେ ୩୩୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାରି ଶହ ତଳେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ଅଧିକାଂଶ ଜିଲ୍ଲାରୁ ଦିନକୁ ୧୦ରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩୩୨ ନୂଆ କରୋନା ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୮୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୩ ।

୨୭ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୫୧ ପଜିଟିଭ୍ ବାହାରିଥିବା ବେଳେ ଅନୁଗୁଳରୁ ୩୫, ଖୋର୍ଦ୍ଧାରୁ ୨୯, କଟକରୁ ୨୭ ମୟୂରଭଞ୍ଜରୁ ୨୨ ଓ ପୁରୀ ଜିଲ୍ଲାରୁ ସଂକ୍ରମିତ ହୋଇଛନ୍ତି ଆଉ ୨୧ ଜଣ । ୧୩ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ୍ ରହିଛି ।

ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୪ହଜାର ୮୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୧୯ହଜାର ୬୯ କରୋନା ଆକ୍ରାନ୍ତ । ରାଜ୍ୟରେ ସୁସ୍ଥ ହାର ରହିଛି ୯୮ପ୍ରତିଶତ ଏବେ ରାଜ୍ୟରେ ୩ହଜାର ୧୫୬ ଆକ୍ଟିଭ୍ କେସ୍ ରହିଛି ।

Comments are closed.