Latest Odisha News

BREAKING NEWS

ବ୍ରହ୍ମପୁର, ବୁର୍ଲା ଓ ରାଉରକେଲାରେ କୋଭିଡ୧୯ ପରୀକ୍ଷା ଅନୁମତି ପାଇଁ ଆଇସିଏମଆର୍‌କୁ ଓଡିଶାର ଅନୁରୋଧ

ଭୁବନେଶ୍ୱର: ରାଜ୍ୟରେ ସନ୍ଦିଗ୍ଧ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ବ୍ରହ୍ମପୁର, ବୁର୍ଲା ଓ ରାଉରକେଲାରେ କୋଭିଡ୧୯ ପରୀକ୍ଷା ଅନୁମତି ଦେବାକୁ ଆଇସିଏମଆର ନୂଆଦିଲ୍ଲୀକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଏହି କ୍ରମରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, ବୁର୍ଲାର ଭିମସାର ଓ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲରେ
କୋଭିଡ୧୯ ପରୀକ୍ଷଣ ପାଇଁ ଅନୁମତି ମଗାଯାଇଛି ।

ଟ୍ୱିଟରରେ ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ଅତି କମରେ ୫୦ ହଜାର ନମୁନା ପରୀକ୍ଷା ନିମନ୍ତେ ଅତିରିକ୍ତ ପରୀକ୍ଷଣ କିଟ୍ କିଣିବା ପାଇଁ ଅର୍ଡର ଦିଆଯାଇଥିବା ବିଭାଗ ଉଲ୍ଲେଖ କରିଛି ।

ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ଓଡିଶାରେ ତିନିଟି ସ୍ଥାନରେ କୋଭିଡ୧୯ ନମୁନା ପରୀକ୍ଷଣ ହେଉଛି । ଭୁବନେଶ୍ୱରର ଆର୍‌ଏମ୍‌ଆର୍‌ସି, ଏମ୍ସ ହସ୍ପିଟାଲ ଓ କଟକର ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଗୁରୁବାର ସୁଦ୍ଧା ୧୧୧୩ ନମୁନା ପରୀକ୍ଷଣ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.