Latest Odisha News

BREAKING NEWS

କରୋନା ସହାୟତା; ସମସ୍ତଙ୍କୁ ପଛରେ ପକାଇଲେ କିଙ୍ଗ ଖାନ୍ ଶାହରୁଖ !

ମୁମ୍ବାଇ: କରୋନା ବିରୋଧୀ ଲଢେଇରେ ଏକାଧିକ କ୍ରମରେ ସହାୟତା ଦେବେ ବଲିଉଡ୍ ସୁପରଷ୍ଟାର୍‌ ଶାହରୁଖ ଖାନ୍ । ଗୋଟିଏ କି ଦୁଇଟି ନୁହେଁ ସାତସାତଟି ସଂସ୍ଥାଙ୍କୁ କରୋନା ବିରୋଧି ଲଢେଇରେ ସେ ସହଯୋଗ କରିବେ ।

ଏକ ଚିଠିରେ ଶାହରୁଖ ଜଣେଇଛନ୍ତି ‘କରୋନା ମହମାରୀ ସମୟରେ ଜଣା, ଅଜଣା ସମସ୍ତଙ୍କୁ ସହାୟତା କରିବା ଆମ ଧର୍ମ । ଆସନ୍ତୁ ସମସ୍ତେ ମିଳିମିଶି ପରସ୍ପର ଓ ଦେଶ ପାଇଁ କିଛି ଭଲ କରିବା । ଭାରତ ଓ ସମସ୍ତେ ଭାରତୀୟ ଗୋଟିଏ ପରିବାର’ ।

ଟୁଇଟ୍ ଜରିଆରେ ସେ ଘୋଷଣା କରିଛନ୍ତି ଯେ ତାଙ୍କର ଏକାଧିକ କମ୍ପାନୀ ପିଏମ୍ କେୟାର୍ସ ଫଣ୍ଡ ଓ ମହାରାଷ୍ଟ୍ର ସିଏମ୍ ରିଲିଫ୍ ପାଣ୍ଠିକୁ ବାଦ୍ ଦେଲେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ PPE କିଟ୍ସ, ଏସିଡ୍ ଆଟାକ୍ ସର୍ଭାଇଭର୍ସଙ୍କୁ ଆର୍ଥିକ ସହାୟତା, ଏକ୍ ସାଥ୍‌- ଦ ଆର୍ଥ ଫାଉଣ୍ଡେସନ, ରୋଟି ଫାଉଣ୍ଡେସନ୍ ଓ ୱାର୍କିଂ ପିପୁଲସ୍ ଚାର୍ଟରକୁ ସହାୟତା ଦେବେ ।

ଉଭୟ ପିଏମ୍ ଓ ସିଏମ୍ ପାଣ୍ଠିକୁ ସହଯୋଗ ରାଶିକୁ କିଙ୍ଗ ଖାନ୍ ଗୁପ୍ତ ରଖିଥିଲାବେଳେ KKR ଓ ମୀର୍‌ ଫାଉଣ୍ଡେସନ୍ ମିଳିତ ଭାବେ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରର ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପିପିଇ କିଟ୍ସ ଯୋଗାଇଦେବ ।

କିଛିଦିନ ପୂର୍ବରୁ ପାକିସ୍ତାନକୁ ସହାୟତା କରିବା ନେଇ ଶାହରୁଖଙ୍କ ଏକ ପୁରୁଣା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଯାହାକୁ ନେଇ ଅନେକ ଲୋକ ତାଙ୍କୁ ସମାଲୋଚନା କରିଥିଲେ । ହେଲେ ସାତଟି କ୍ରମରେ ଏତେ ବଡ ମାତ୍ରାରେ ନିଜ ଦେଶକୁ ସହାୟତା ଘୋଷଣା କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି ଶାହରୁଖ ଖାନ ।

Leave A Reply

Your email address will not be published.