Latest Odisha News

୧୦ମ ଶ୍ରେଣୀ ଛାତ୍ରୀ ଶିଶୁ ଜନ୍ମ ଦେବା ଘଟଣା; ମାଟ୍ରନ ଓ ଏଏନଏମ ନିଲମ୍ବିତ

ମାଲକାନଗିରି: ଏସସି/ଏସଟି ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଆବାସିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଶିଶୁ ଜନ୍ମ ଦେବା ଘଟଣାରେ ଜଣେ ମାଟ୍ରନ ଓ ଏଏନଏମ ଙ୍କୁ ଜିଲ୍ଲା ପ୍ରଶାସନ ନିଲମ୍ବିତ କରିଛନ୍ତି।

ଲେଡି ମାଟ୍ରନ ସୁଚିତ୍ରା ଚର୍ଚ୍ଚି ଏବଂ ଏଏନଏମ (ଏସଏସଡି) କବିତା କୁମାରୀ ପାତ୍ର ବୋଲି ଜଣାପଡିଛି।

ତେବେ ଏହି ଘଟଣାର ତଦନ୍ତ ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡ଼କାମିଙ୍କୁ ନିଲମ୍ବନ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ଉଲ୍ଲେଖଯୋଗ୍ୟ, ମାଲକାନିଗିରି ଜିଲ୍ଲା ଚିତ୍ରକୋଣ୍ଡାର ଏକ ବିଦ୍ୟାଳୟର ଜଣେ ୧୦ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ବେଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିବା ପରେ ସନ୍ତାନ ଜନ୍ମ କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଥାଇ ଆଦିବାସୀ ଛାତ୍ରୀଙ୍କ ସହ କିଭଳି ଏହି ଲଜ୍ଜାଜନକ ଘଟଣା ଘଟିଲା ତାକୁ ନେଇ ନିନ୍ଦା କରାଯାଉଛି।

ତେବେ ଚିତ୍ରକୋଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପଟେ ଶିକ୍ଷକ ନିଜ ମୁଣ୍ଡରୁ ଦୋଷ ଛଡାଇ ୱାର୍ଡେନଙ୍କୁ ଦୋଷ ଦେଇଥିଲେ। ଅପରପକ୍ଷରେ ଏହି ଘଟଣା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ ଛାତ୍ରୀଙ୍କ ଅଭିଭାବକ।

 

 

Comments are closed.