Latest Odisha News

BREAKING NEWS

ଗଗନେନ୍ଦ୍ର ନାଥ ଦାଶଙ୍କ ‘ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି’ ପୁସ୍ତକ ପ୍ରକାଶିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ ପକ୍ଷରୁ ସାହିତ୍ୟ ସମାଲୋଚକ ଓ ଭାଷାବିଜ୍ଞାନୀ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ସମାଲୋଚନାମୂଳକ ପୁସ୍ତକ ‘ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି : ବୀକ୍ଷା ଓ ସମୀକ୍ଷା’ ପୁସ୍ତକ ପ୍ରକାଶ ପାଇଛି ।

ଓଡ଼ିଆ ଅସ୍ମିତା ବିଚାର, ଓଡ଼ିଆ ସାହିତ୍ୟର ଇଂରାଜୀ ଇତିହାସ, ବାଲିଯାତ୍ରା ସମ୍ପର୍କିତ ନୂତନ ଇତିହାସର ସଂରଚନା, ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ, କବିବର ରାଧାନାଥ ରାୟ ଓ ନଗେନ୍ଦ୍ରବାଳା, ଏବଂ ଉତ୍କଳ ସମ୍ମିଳନୀର ନାମକରଣ ସମ୍ପର୍କିତ ଆଦି ସମୁଦାୟ ୨୫ଟି ପ୍ରସଙ୍ଗ ଆଲୋଚିତ ହୋଇଛି । ଯେଉଁଥିରେ ଲେଖକଙ୍କ ଅନ୍ତର୍ଦୃଷ୍ଟି ଓ ଗବେଷଣାତ୍ମକ ତଥ୍ୟ ସମ୍ବଳିତ ମୌଳିକ ବିଚାର ପ୍ରତିଫଳିତ ହୋଇଛି । ଏହି ପୁସ୍ତକଟି ଓଡ଼ିଆ ସାହିତ୍ୟ ପାଇଁ ଏକ ଅମୁଲ୍ୟ ସୃଜନ ହେବା ସହ ଭବିଷ୍ୟତରେ ଗବେଷଣା ପାଇଁ ଆଗ୍ରହୀ ଛାତ୍ର-ଛାତ୍ରୀଙ୍କୁ ଅନେକ ଦୁର୍ମୁଲ୍ୟ ତଥ୍ୟ ଯୋଗାଇବ ବୋଲି ପ୍ରକାଶକ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.