Latest Odisha News

BREAKING NEWS

ପ୍ରଚଣ୍ଡ ଖରା ପାଇଁ ଆଲର୍ଟ ଜାରି, ଆଜିଠୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର : ପ୍ରଚଣ୍ଡ ଖରା ପାଇଁ ଆଲର୍ଟ ଜାରି, ଆଜିଠୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି ।  ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୫ ଦିନ ଅର୍ଥା‌ତ୍‌ ଏପ୍ରିଲରୁ ୨୬ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ଘରୋଇ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଲାଗି ଏହି ନିୟମ ଲାଗୁ ହେବ।

ମାତ୍ର ଏହି ସମୟ ମଧ୍ୟରେ ଦଶମ ଓ ଯୁକ୍ତ୨ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଅନୁଷ୍ଠିତ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଆଜି ବିଭାଗ ଅଧୀନ ସମସ୍ତ ନିର୍ଦେଶାଳୟକୁ ଅବଗତ କରାଇଛନ୍ତି ।

ବର୍ତମାନ ସମୟରେ ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଛୁଟି କରାଗଲେ ପିଲାଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହେବ। ପାଖାପାଖି ଦୁଇ ମାସ ଧରି ପୁଣି ପାଠପଢ଼ା ପଛେଇ ଯିବ। ତେଣୁ ଗ୍ରୀଷ୍ମ ଛୁଟିରେ କୌଣସି ପରିବର୍ତନ ନ କରି ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ହିଟ୍‌ ୱେଭ୍‌ ଆଧାରରେ ଆସନ୍ତା ୫ ଦିନ ଲାଗି ସ୍କୁଲଗୁଡ଼ିକରେ ପିଲାଙ୍କ ପାଠପଢ଼ା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।

Leave A Reply

Your email address will not be published.