Latest Odisha News

BREAKING NEWS

କବିତା : ଜୀବନ ଦୀପ

ଗଦାଧର ସାହୁ 

ଜୀବନ ଦୀପର
ଆୟୁସ ସଳିତା
ଦିବା ନିଶି ଜଳୁଥାଇ।
କିଏ ସେ ଜାଣିଛି
କେତେସେ ଜଳିବ
କେତେ ଦିନ କେତେ ରାତି ।।
ଜୀବନ ପ୍ରଦୀପ
ଜଳିବା ଭିତରେ
ଯେତେ ବାଧା ବିଘ୍ନ ଆସେ ।
ସବୁକୁ ଟାଳିଛି
ତଥାପି ଜଳିଛି
ଅବଶେଷ ସ୍ଥିତି ଯାଏ ।।
କିଏ ବା କଳିବ
କେତେ ସେ ଜଳିବ
ଅବଶେଷ କେତେ ବାକି ।
ତତାପି ଜଳୁଛି
ପ୍ରତିଟି ଘଟରେ
ଆୟୁସ ଯେ ଯାଏ ଅଛି ।।
ନୁହଁ ଚିରସ୍ଥାୟୀ
ଜୀବନ ଅସ୍ଥାୟୀ
ସଳିତା ଜଳି ସରିବ ।
ଆୟୁସ ସରିବ
ଏ ଦୀପ ଲିଭିବ
ଚିର ନିଦ୍ରାକୁ ଆବୋରି ।।

Leave A Reply

Your email address will not be published.