Latest Odisha News

BREAKING NEWS

କୋଭିଶିଲ୍ଡ ଟିକା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଅନୁରୋଧ

ଭୁବନେଶ୍ୱର: ଅକ୍ସିଜେନ ସିଲିଣ୍ଡର ଏବଂ କୋଭିଶିଲ୍ଡ ଟିକା ଯୋଗାଣ ନେଇ ସ୍ପଷ୍ଟ କରିବା ଲାଗି ଓଡିଶା ସରକାର ବୁଧବାର ଦିନ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଏକ ଭର୍ଚୁଆଲ୍ ବୈଠକ ହୋଇଥିଲା। ଯାହା ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ ଓଡିଶାରେ କରୋନା

ଓଡ଼ିଶାରେ କରୋନାର ପ୍ରଭାବଶାଳୀ ପରିଚାଳନା ପାଇଁ କେନ୍ଦ୍ରକୁ ନିମ୍ନଲିଖିତ ଆବଶ୍ୟକତା ବିଷୟରେ ଅବଗତ କରିଛନ୍ତି।

-ପ୍ରାୟ ୨୨ ଲକ୍ଷ ଲୋକ ଦ୍ୱିତୀୟ ଟୀକାକରଣ ପାଇଁ ଅପେକ୍ଷା କରିଥିବାବେଳେ ରାଜ୍ୟକୁ କୋଭିଶିଲ୍ଡ ଟିକାର ୨୫ ଲକ୍ଷ ଡୋଜର ଆବଶ୍ୟକତା ରହିଛି।

-ଯେହେତୁ ଓଡିଶାରେ ଅଧିକ ଗୁରୁତର ରୋଗୀ ଅଛନ୍ତି ଏଥିପାଇଁ ୫୦୦ ଭେଣ୍ଟିଲେଟର ଆବଶ୍ୟକ।

-କରୋନା ଟେଷ୍ଟିଂକୁ ବୃଦ୍ଧି କରିବା ପାଇଁ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ରାପିଡ ଆଣ୍ଟିଜେନ୍ ଟେଷ୍ଟ କିଟ୍ ଆବଶ୍ୟକ।

-ସ୍ୱାସ୍ଥ୍ୟ କର୍ମୀ ଏବଂ ଡାକ୍ତରଙ୍କ ସୁରକ୍ଷା ପାଇଁ ରାଜ୍ୟକୁ ୫ ଲକ୍ଷ ପିପିଇ କିଟ୍, ୧୦ ଲକ୍ଷ ଗ୍ଲୋଭସ୍ ଏବଂ ୧୦ ଲକ୍ଷ ଏନ୍୯୫ ମାସ୍କ ଆବଶ୍ୟକ।

-ସଠିକ୍ ସୂଚନା ପାଇବା ଲାଗି ଜାତୀୟ ଟାସ୍କଫୋର୍ସରେ ୨୪*୭ ହେଲ୍ପଲାଇନ ରହିବା ଉଚିତ।

ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ମୃତ୍ୟୁହାର ଅନୁପାତ(୦.୩୯%) ଜାତୀୟ ହାର (୧.୦୮%) ତୁଳନାରେ ବହୁତ କମ୍ ଅଟେ। ଏହା ବ୍ୟତୀତ ଓଡିଶାରେ ସୁସ୍ଥତା ହାର ୮୦ ପ୍ରତିଶତରୁ ଅଧିକ (୮୨.୨୩%) ରହିଛି।

Leave A Reply

Your email address will not be published.