Latest Odisha News

ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ଜନ୍ମଦିବସ ୱେବିନାର ମାଧ୍ୟମରେ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଅନୁଷ୍ଠାନ ‘ବିନ୍ଦୁ ସାହିତ୍ୟ ସମାଜ’ ପକ୍ଷରୁ ଶିକ୍ଷାବିତ ତଥା ଲେଖକ ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ୬୯ ତମ ଜନ୍ମଦିବସ ୱେବିନାର ମାଧ୍ୟମରେ ପାଳିତ ହୋଇଯାଇଛି।

ଏହି ଉତ୍ସବରେ ପୂର୍ବତନ ସାଂସଦ ତଥା କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଫେସର ମିଶ୍ରଙ୍କ ବହୁମୁଖୀ ପ୍ରତିଭାର ଉଚ୍ଚ ପ୍ରଶଂସା କରିଥିଲେ। ତାଙ୍କ ପରି ଜଣେ ଛାତ୍ର ବତ୍ସଳ ଅଧ୍ୟାପକ , ସୁସଙ୍ଗଠକ ଲେଖକ ତଥା ବାଗ୍ମୀ ପୁରୁଷଙ୍କ ଜନ୍ମ ଦିବସ ପାଳନ କରି ତାଙ୍କ ସମ୍ପର୍କରେ ଓଡ଼ିଶାବାସୀଙ୍କୁ ଜଣେଇଥିବାରୁ ବିନ୍ଦୁ ସାହିତ୍ୟ ସମାଜର କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ।

ବାଉରିବନ୍ଧୁ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ହିନ୍ଦୀ ସାହିତ୍ୟର ଲେଖକ ତଥା ସାପ୍ତାହିକ ‘ଜନଭାବନା’ର ସମ୍ପାଦକ ଡ. ବିବେକ ଗୌତମ ଯୋଗଦେଇ ପ୍ରଫେସର ମିଶ୍ରଙ୍କ ଦୀର୍ଘଜୀବନ କାମନା କରିବା ସହ ବିଭିନ୍ନ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ସମ୍ମାନୀତ ଅତିଥି ଭାବରେ ଦୈନିକ ‘ପର୍ଯ୍ୟବେକ୍ଷକ’ ତଥା ‘ଦ କଳିଙ୍ଗ କ୍ରୋନିକ୍ଲି’ର ସମ୍ପାଦକ ଡ. ପବିତ୍ର ମୋହନ ସାମନ୍ତରାୟ ପ୍ରଫେସର ମିଶ୍ରଙ୍କ ଅଧ୍ୟାପନା ଦିଗ ଓ ସାଂଗଠନିକ ଦକ୍ଷତାର ଭୁୟସୀ ପ୍ରଶଂସା କରିଥିଲେ।

ଏହି ଉତ୍ସବରେ କବୀ ପାରମିତା ଷଡଙ୍ଗୀଙ୍କ ସଂଯୋଜନାରେ ପରିଚାଳିତ  ଆସରରେ ମୁଖ୍ଯ ଅତିଥି ଡଃ ପାଟ୍ଟଶାଣୀ, ମୁଖ୍ୟବକ୍ତା ଡଃବିବେକ ଗୌତମ ଓ ପ୍ରଫେସର ନିତ୍ୟାନନ୍ଦ ମିଶ୍ର ସ୍ବରଚିତ କବିତା  ପାଠ କରିଥିଲେ । କବୀ ସୁଜାତା ମହାପାତ୍ରଙ୍କ “ହେ ଈଶ୍ବର”, ପରିବେଶକୁ ଭାବ ଗମ୍ଭୀର କରିଦେଇଥିଲା ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବାଉରିବନ୍ଧୁ ଲେଙ୍କା, ଶଶିଭୁଷଣ ମହାପାତ୍ର, ପାରମିତା ଷଡଙ୍ଗୀ, ସମୀର କୁମାର ଜେନା, ସ୍ବପ୍ନା ବେହେରା, ସୁନନ୍ଦା ବି.ମହାପାତ୍ର, ବିଜନ ରାୟ, ରୀତା ପଟ୍ଟନାୟକ, ସସ୍ମିତା ମହାନ୍ତି, ନଳିନୀ ବେହେରା, ଗୀତାଞଳି ପଟ୍ଟନାୟକ, ଅମ୍ବିକା ସ୍ବାଇଁ, ଧନେଶ୍ବର ସାହୁ, ବନ୍ଦନା ମିଶ୍ର, ରାମକ୍ରୁଷ୍ଣ ମିଶ୍ର, ସିଦ୍ଧି ପ୍ରସାଦ ସାହୁ, ସସ୍ମିତା ଚୌଧୁରୀ, ପ୍ରତାପ ଚନ୍ଦ୍ର ବେହେରା, ରଶ୍ମିମୟୀ ପତି,   ରାମଚନ୍ଦ୍ର ଭୁତିଆ, ରଜୀତ ଦାସ, ସୁଜାତା ରାଉତରାୟ, ଶୁଭବ୍ରତ ମହାପାତ୍ର, ସୁଜାତା ମିଶ୍ର, ଚକ୍ରଧର ରଥ, ସତ୍ୟ ଦାଶ, ସୌମ୍ଯରଞନ ଦାଶ, ଉର୍ମିଳା ଦାସ, ପୁଷ୍ପିତା ଦାଶ, ସୁକାନ୍ତି ମିଶ୍ର, ମିରିନା ମହାନ୍ତି, କବିତା ଶତପଥୀ, ସସ୍ମିତା ନାୟକ ଓ ଅରୁଣ କୁମାର ବିଶ୍ବାଳ ସେମାନଙ୍କର ସ୍ବରଚିତ କବିତା ପାଠ କରିଥିଲେ । ଏହି ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରରୁ ଶତାଧିକ କବି ଓ କବୟତ୍ରୀ ଯୋଗ ଦେଇଥିଲେ ।

ଜନ୍ମ ଦିବସରେ ଆୟୋଜିତ ସମ୍ବର୍ଦ୍ଧନାର ଉତ୍ତର ଦେଇ ପ୍ରଫେସର ମିଶ୍ର ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜନ୍ମଦିନ ପାଳନ ଅବସରରେ ଅତିଥି ମାନଙ୍କର ପ୍ରେରଣାଦାୟୀ ମତାମତ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ସେ କହିଥିଲେ। ନିଜ ଲେଖକ ଜୀବନ ବିଷୟରେ ଆଲୋଚନା କରି ପ୍ରଫେସର ମିଶ୍ର କହିଲେ ଆଜି ପର୍ଯ୍ୟନ୍ତ ଯାହା ବି କରିଛନ୍ତି ତାହା ନିଜ ପିତାଙ୍କ ଆଦର୍ଶରେ ପ୍ରଭାବିତ ହୋଇ କରିଛନ୍ତି। ଯେଉଁଠାକୁ ଯାଇଛନ୍ତି ସେଠିକାର ଇତିହାସ ଓ ସଂସ୍କୃତିକୁ ନିରେଖି ପଢ଼ିଛନ୍ତି ଏବଂ ହଜିଯାଉଥିବା ମହାପୁରୁଷଙ୍କ ଚରିତ୍ର ଉପନ୍ୟାସ ଲେଖି ସେମାନଙ୍କୁ ଜନ ମାନସରେ ପୁନଃ ଉଜ୍ଜୀବିତ କରିଛନ୍ତି ବୋଲି କହିଥିଲେ। ଏହାସହ ତାଙ୍କ ଜନ୍ମଦିବସ ଅବସରରେ ସ୍ୱତନ୍ତ୍ର ବିଶେଷାଙ୍କ କରିଥିବାରୁ ଦୈନିକ ପର୍ଯ୍ୟବେକ୍ଷକର ସମ୍ପାଦକ ଡ. ପବିତ୍ର ମୋହନ ସାମନ୍ତରାୟଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ଯକ୍ରମ ବନ୍ଦନା ମିଶ୍ରଙ୍କ ଆବାହନୀ ବେଦପାଠ ସହିତ ଆରମ୍ଭ କରାଯାଇଥିବା ବେଳେ କାର୍ଯ୍ଯକାରି ସଭାପତି ଡଃ ଶଶିଭୁଷଣ ମହାପାତ୍ର, ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ଅରୁଣ କୁମାର ବିଶ୍ବାଳ  ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଅତିରିକ୍ତ ସାଧାରଣ ସମ୍ପାଦିକା ସୁଜାତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.