Latest Odisha News

BREAKING NEWS

କରୋନା ପାଇଁ ଆଂଶିକ ବାତିଲ ହେବ ପାସେଞ୍ଜର ଟ୍ରେନ୍

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳବାଇ ପଦକ୍ଷେପ । କୋଭିଡ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଛଅ ଯୋଡ଼ା ଦୈନିକ ବିଶେଷ ମେମୁ / ପାସେଞ୍ଜର ଟ୍ରେନକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ସେହିପରି ତିନି ଯୋଡ଼ା ବିଶେଷ ଟ୍ରେନକୁ ଆସନ୍ତା ୧୪ ତାରିଖ ଦିନ ବାତିଲ କରାଯାଇଛି ।

ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଥିବା ଏହି ଟ୍ରେନ୍ ଗୁଡିକ ହେଲା –

୦୮୪୫୬୬/୦୮୪୫୫ ଭୁବନେଶ୍ବର-କେନ୍ଦୁଝରଗଡ଼ -ଭୁବନେଶ୍ୱର ବିଶେଷ ଟ୍ରେନ
୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ
୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ
୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ
୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ
୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ

ସେହିପରି ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଥିବା ତିନି ଯୋଡ଼ା ବିଶେଷ ଟ୍ରେନ୍ ହେଲା –

୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ
୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ
୦୮୪୩୩/୦୮୪୩୪ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ବିଶେଷ ଟ୍ରେନ

ଏହାସହ ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ ୧୩, ୧୭ ଓ ୨୨ ତାରିଖରେ ଉଭୟ ଦିଗରୁ ପୁରୀ ଓ ତାଳଚେର ମଧ୍ୟରେ ଚଳାଚଳ କରିବ ଏବଂ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ରହିବ । ୦୨୦୯୭/୦୨୦୯୮ଭୁବନେଶ୍ୱର-ଜୁନାଗଡ଼ ରୋଡ-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱର ଠାରୁ ୧୩ ତାରିଖରୁ ୨୨ ତାରିଖ ମଧ୍ୟରେ ଏବଂ ଜୁନାଗଡ଼ ରୋଡ଼ ଠାରୁ ୧୪ ତାରିଖରୁ ୨୩ ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ରାୟଗଡା ମଧ୍ୟରେ ଚଳାଚଳ କରିବ ଏବଂ ରାୟଗଡା ଏବଂ ଜୁନାଗଡ଼ ରୋଡ ମଧ୍ୟରେ ବାତିଲ ରହିବ । ସେହିପରି ୦୮୩୦୧/୦୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ପେଶାଲ୍ ୧୩ ତାରିଖରୁ ୨୩ ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ସମ୍ବଲପୁର ଏବଂ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ ଟିଟିଲାଗଡ ଏବଂ ରାୟଗଡା ମଧ୍ୟରେ ବାତିଲ ରହିବ ।

Leave A Reply

Your email address will not be published.