Latest Odisha News

BREAKING NEWS

ରାଜ୍ୟରେ ୧୮ ଜିଲ୍ଲାରେ ୫%ରୁ କମ୍ ପଜିଟିଭ୍ ହାର, ମାସେ ଭିତରେ ସଂକ୍ରମଣ ହାର ୧୧% ହ୍ରାସ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଖସୁଛି ପଜିଟିଭ୍ ହାର । ରେଡ୍ ଜୋନ୍ କମୁଛି । କରୋନା ମାନଚିତ୍ରରେ ସବୁଜ ହେଉଛି ଓଡ଼ିଶା । ଏବେ ରାଜ୍ୟରେ ୧୮ ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ରହିଛି । ଏସବୁ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼, ବରଗଡ଼, ବଲାଙ୍ଗିର, ସୋନପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନବରଙ୍ଗପୁର, କୋରାପୁଟ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ।

ପଜିଟିଭିଟି ରେଡ୍ ଜୋନରେ ୬ ଜିଲ୍ଲା
ପଜିଟିଭିଟି ରେଡ୍ ଜୋନରେ ଅଛି ୬ ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, ଭଦ୍ରକ ଓ ବାଲେଶ୍ୱର । ଯାଜପୁରରେ ସର୍ବାଧିକ ୧୧.୬ ପ୍ରତିଶତ ରହିଛି ପଜିଟିଭିଟି । ବାକି ୫ ଜିଲ୍ଲାରେ ୧୦ ପ୍ରତିଶତ ତଳେ ରହିଛି ପଜିଟିଭ୍ ହାର । ଅନ୍ୟ ୬ ଜିଲ୍ଲା ମାଲକାନଗିରି, ରାୟଗଡ଼ା, ବୌଦ୍ଧ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ପଜିଟିଭିଟି ୟେଲୋ ଜୋନରେ ଅଛନ୍ତି । ଏସବୁ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ ୭.୫ ପ୍ରତିଶତ ଭିତରେ ରହିଛି ।

ମାସେ ଭିତରେ ପଜିଟିଭ୍ ହାର ୧୧% ହ୍ରାସ
ମାସେ ଭିତରେ ରାଜ୍ୟରେ ସଂକ୍ରମଣ ହାର ୧୧.୩୮ ପ୍ରତିଶତ ହ୍ରାସ ପାଇଛି । ମେ ମାସ ଆଜିର ଦିନରେ ରାଜ୍ୟରେ ପଜିଟିଭ୍ ହାର ଥିଲା ୧୬.୬୨ ପ୍ରତିଶତ । ଆଜି ଏହି ସଂଖ୍ୟା ୫.୨୫ ପ୍ରତିଶତକୁ ଖସିଛି । କିନ୍ତୁ ଏହି ସମୟରେ ସଂକ୍ରମଣ ଦ୍ରୁତ ହ୍ରାସ ପାଇଛି । ମେ ୨୩ରେ ରାଜ୍ୟରୁ ଚିହ୍ନଟ ହୋଇଥିଲେ ୧୧ହଜାର ୫୯ ନୂଆ ଆକ୍ରାନ୍ତ । ଆଜି ଏହି ସଂଖ୍ୟା ରହିଛି ୩ହଜାର ୪୫୬ ।

Leave A Reply

Your email address will not be published.