Latest Odisha News

BREAKING NEWS

ଶଟପୁଟ ଥ୍ରୋୟର ତେଜିନ୍ଦରଙ୍କୁ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ: ଶଟପୁଟ ଥ୍ରୋୟର ତେଜିନ୍ଦର ସିଂ ତୁର ଅଲିମ୍ପିକ କୋଟା ହାସଲ କରିବାରେ ସଫଳ ହୋଇଛନ୍ତି । ଇଣ୍ଡିଆନ ଗ୍ରାଁ ପ୍ରି ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସେ ଏହି ସଫଳତା ହାସଲ କରିଛନ୍ତି । ୨୧.୪୯ ମିଟର ଦୂରତାକୁ ଶଟପୁଟ ପକାଇ ତେଜିନ୍ଦର ନୂତନ ଜାତୀୟ ରେକର୍ଡ ସ୍ଥାପନ କରିବା ସହ ଅଲିମ୍ପିକ ମାର୍କ ଅତିକ୍ରମ କରିଥିଲେ । ଟୋକିଓ ଅଲିମ୍ପିକ ମାର୍କ ୨୧.୧୦ ମିଟର ରହିଥିଲା ।

ପୂର୍ବରୁ ତାଙ୍କ ନାମରେ ଜାତୀୟ ରେକର୍ଡ ରହିଥିଲା । ୨୦୧୯ରେ ସେ ୨୦.୯୨ ମିଟର ଦୂରତାକୁ ଶଟପୁଟ ଫିଙ୍ଗିଥିଲେ ।

Leave A Reply

Your email address will not be published.