Latest Odisha News

ରାଜ୍ୟରେ ସରିଲା ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ, ମୋଟ ୬୯ ପ୍ରତିଶତ ଭୋଟ ଗ୍ରହଣ

ଭୁବନେଶ୍ବର: ରାଜ୍ୟରେ ସରିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଇଭିଏମରେ ସିଲ୍ ହୋଇଛି ୫ ଲୋକସଭା ଓ ଏହା ଅନ୍ତର୍ଗତ ୩୫ ବିଧାନସଭାର ମୋଟ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ । ତେବେ ଗତକାଲି ଏହି ପର୍ଯ୍ୟାୟରେ ରାଜ୍ୟରେ ମୋଟ ୬୯ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି । ୭୬.୨୦ ପ୍ରତିଶତରେ ସବୁଠୁ ଅଧିକ ମତଦାନ ଗ୍ରହଣ କରିଛି ବରଗଡ । ଏହାପରେ କନ୍ଧମାଳ ୭୦. ୩୭ ପ୍ରତିଶତ, ବଲାଙ୍ଗୀର ୭୧.୪୬, ସୁନ୍ଦରଗଡ ୬୭.୭୪ ପ୍ରତିଶତ ମତଦାନ ଗ୍ରହଣ କରିଛି । ସବୁଠୁ କମ୍ ୬୫.୭୯ ପ୍ରତିଶତ ସହ ଆସ୍କାରେ ଗ୍ରହଣ କରାଯାଇଛି ।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୭୦ ପ୍ରତିଶତ ମତଦାନ ଗ୍ରହଣ କରାଯାଇଥିଲେ ।

Comments are closed.