Latest Odisha News

BREAKING NEWS

ସାଂସଦ ସ୍ବାତି ମାଲିଓ୍ବାଲଙ୍କୁ ଅସଦାଚରଣ ମାମଲାର ଯାଞ୍ଚ କରିବ ଏସଆଇଟି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଘରେ ସାଂସଦ ସ୍ୱାତୀ ମାଲିଓ୍ୱାଲଙ୍କୁ ଅସଦାଚରଣ ଓ ମାରପିଟ୍ ମାମଲା । ଏବେ ଏହି ଘଟଣାର ତଦନ୍ତ କରିବ ଏସଆଇଟି ଟିମ୍ । ଦିଲ୍ଲୀ ଉତ୍ତର ଜିଲ୍ଲାର ଅତିରିକ୍ତ ଡିସିପି ଅଞ୍ଜିଥା ଚିପିୟାଲାଙ୍କ ନେତୃତ୍ୱରେ ଏସଆଇଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ରେ ତିନି ଜଣ ଇନ୍ସପେକ୍ଟର ରାଙ୍କର ଅଧିକାରୀ ମଧ୍ୟ ଏହି ସାମିଲ ଅଛନ୍ତି ।

ଏସ୍‌ଆଇଟି ଗଠନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପିଏସ୍‌ ଏହି ମାମଲାର ମୁଖ୍ୟ ବିଭବ କୁମାରଙ୍କୁ ପଚରା ଉଚରା କରିଛି ଟିମ୍‌ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଅନ୍ୟ କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ପୋଲିସ ଅଧିକାରୀ କହିଛନ୍ତି ଯେ ଏସଆଇଟି ଏହାର ତଦନ୍ତ ରିପୋର୍ଟ ବରିଷ୍ଠ ଅଧିକାରୀଙ୍କ ନିକଟରେ ଦାଖଲ କରିବ ।

ସୁରକ୍ଷା କର୍ମୀଙ୍କୁ ମଧ୍ୟ ଏସଆଇଟି ପଚରାଉଚରା କରିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ତଲାସି ସମୟରେ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ ହୋଇଛି । ଏହାସହ ଗତ ରବିବାର ଜବତ ହୋଇଥିବା ସିସିଟିଭିର DVR ଯାଞ୍ଚ ପାଇଁ FSL କୁ ପଠାଯାଇଛି ।

ଉକ୍ତ ଘଟଣା ଦିନ ସାଂସଦ ସ୍ବାତୀ ମାଲିଓ୍ବାଲ ପିନ୍ଧିଥିବା ଡ୍ରେସ୍ ଗତକାଲି ଫରେନ୍ସିକ ଲ୍ୟାବକୁ ଯାଞ୍ଚ ପାଇଁ ପଠାଇଦିଆଯାଇଛି ।

Leave A Reply

Your email address will not be published.