ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ମୋଟ ବଜେଟ୍ ଆବଣ୍ଟନ ୧୦,୫୮୬ କୋଟି ଟଙ୍କା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୮୧.୭୮% ଖର୍ଚ୍ଚ କରି ରେକର୍ଡ କରିଛି।
ଚଳିତ ୨୦୨୪-୨୫ ଆର୍ଥିକ ବର୍ଷର ଜାନୁଆରୀ ୨୦୨୫ ସୁଦ୍ଧା ୮୬୫୭.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୮ଟି ନୂତନ ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଛି ଯାହାର ପରିମାଣ ୧୮,୧୧୮ କୋଟି ଟଙ୍କା। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:-
ଗୁଣୁପୁର-ଥେରୁବାଲି ନୂତନ ଲାଇନ (୭୩.୬୨ କିଲୋମିଟର), ୧୩୨୬ କୋଟି ଖର୍ଚ୍ଚରେ ଏହି ନୂତନ ଲାଇନ ରାୟଗଡା ଜିଲ୍ଲାକୁ ଲାଭଦାୟକ ହେବ।
ଜୁନାଗଡ ରୋଡ-ନବରଙ୍ଗପୁର ନୂତନ ଲାଇନ (୧୧୬.୨୧ କିଲୋମିଟର): ୩୨୭୪ କୋଟି ଖର୍ଚ୍ଚରେ ଏହି ଲାଇନ କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରିବ।
ମାଲକାନଗିରି-ପାଣ୍ଡୁରଙ୍ଗପୁରମ ନୂତନ ଲାଇନ (୧୭୩.୬୧ କିଲୋମିଟର): ୪୧୦୯ କୋଟି ଖର୍ଚ୍ଚରେ ଏହି ପ୍ରକଳ୍ପ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାକୁ ସଂଯୋଗ କରିବ।
ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ଲାଇନ (୮୨.୦୬ କିଲୋମିଟର): କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଲାଭଦାୟକ ୨୧୦୭ କୋଟି ଟଙ୍କାର ପ୍ରକଳ୍ପ।
ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂତନ ଲାଇନ (୮୫.୬୦ କିଲୋମିଟର): ମୟୂରଭଞ୍ଜ ଜିଲ୍ଲାରେ ୨୫୪୯ କୋଟି ଟଙ୍କାର ନିବେଶ ହୋଇଛି।
ବୁଡ଼ାମରା-ଚକୁଳିଆ ନୂତନ ଲାଇନ (୫୯.୯୬ କିଲୋମିଟର): ୧୬୩୯ କୋଟି ବ୍ୟୟରେ ଏହି ପ୍ରକଳ୍ପ ମୟୂରଭଞ୍ଜ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ସଂଯୋଗ କରୁଛି।
ବରଗଡ଼ ରୋଡ୍ ରୁ ନୂଆପଡା ରୋଡ୍ (୧୩୮.୩୨ କିଲୋମିଟର): ପଶ୍ଚିମ ଓଡ଼ିଶାରେ ଯୋଗାଯୋଗକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ୨୬୨୧.୯୨ କୋଟି ଟଙ୍କାର ପ୍ରକଳ୍ପ।
ପୁରୀ-କୋଣାର୍କ ରେଳ ଲାଇନ (୩୨ କିଲୋମିଟର): ଏହି ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳଗୁଡ଼ିକୁ ସଂଯୋଗ କରିବା ପାଇଁ ନୂତନ ରେଳ ଲାଇନ ପାଇଁ ୪୯୨ କୋଟି ମଞ୍ଜୁର।
Comments are closed.