ଭୁବନେଶ୍ୱର: ଖସୁଛି ପାରଦ । ବଢୁଛି ଥଣ୍ଡା । ଜାଡ଼ରେ ଥରିଲାଣି ଓଡ଼ିଶା । ଦକ୍ଷିଣରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେଲାଣି । ୮ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ୧୧.୨° ସେଲସିୟସ ତାପମାତ୍ରା ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର ।
ସେହିପରି କନ୍ଧମାଳ ଜିଲ୍ଲାରେ ଥଣ୍ଡା ବଢୁଛି । ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ୧୨.୫°C ଲେଖାଏ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୧୨.୬°C, ବାରିପଦା ଓ ଭବାନୀପାଟଣାରେ ୧୩.୨°Cକୁ ଖସିଛି ପାରଦ ।
ଖସୁଛି #ପାରଦ, ଓଡ଼ିଶାରେ #ଥଣ୍ଡା ଜାରି | ୧୧.୨°C ତାପମାତ୍ରା ସହ #ସୋନପୁର ଆଜି ବି ଓଡ଼ିଶାର ଥଣ୍ଡା ସହର | ୧୫ ଡ଼ିଗ୍ରୀ ତଳେ #୮ସହର ,#ଫୁଲବାଣୀ ୧୨.୫°C, #ଦାରିଙ୍ଗବାଡି ୧୨.୫°C, #ଝାରସୁଗୁଡା ୧୨.୬°C, #ବାରିପଦା ୧୩.୨, #ଭବାନୀପାଟଣା ୧୩.୨ ,#କେନ୍ଦୁଝର ୧୩.୪, ଏବଂ #ଅନୁଗୁଳ ୧୩.୬°C #ଭୁବନେଶ୍ୱର ୧୮.୧ °C #କଟକ ୧୬.୦ °C pic.twitter.com/kYw1Ez9SCO
— Meteorological Centre, Bhubaneswar (@mcbbsr) November 23, 2020
କେନ୍ଦୁଝରରେ ୧୩.୪°C ଓ ଅନୁଗୁଳରେ ରେକର୍ଡ ହୋଇଛି ୧୩.୬°C ତାପମାତ୍ରା । ଏହା ବ୍ୟତୀତ ଆଜି ଭୁବନେଶ୍ୱରରେ ୧୮.୧ °C ଓ କଟକରେ ତାପମାତ୍ରା ଥିଲା ୧୬.୦ °C । ସକାଳୁ ସକାଳୁ ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ସେହିପରି ଭବାନୀପାଟଣା, ସୋନପୁର, କୋରାପୁଟରେ ହାଲୁକା କୁହୁଡ଼ି ପଡ଼ିଥିଲା ।
Comments are closed.