Latest Odisha News

ଶୀତ ଲହରି: ୧୫ ଡିଗ୍ରୀ ତଳେ ରାଜ୍ୟର ୮ଟି ସହର ତାପମାତ୍ରା

ଭୁବନେଶ୍ୱର: ଖସୁଛି ପାରଦ । ବଢୁଛି ଥଣ୍ଡା । ଜାଡ଼ରେ ଥରିଲାଣି ଓଡ଼ିଶା । ଦକ୍ଷିଣରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେଲାଣି । ୮ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ୧୧.୨° ସେଲସିୟସ ତାପମାତ୍ରା ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର ।

ସେହିପରି କନ୍ଧମାଳ ଜିଲ୍ଲାରେ ଥଣ୍ଡା ବଢୁଛି । ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ୧୨.୫°C  ଲେଖାଏ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୧୨.୬°C, ବାରିପଦା ଓ ଭବାନୀପାଟଣାରେ ୧୩.୨°Cକୁ ଖସିଛି ପାରଦ ।

କେନ୍ଦୁଝରରେ ୧୩.୪°C ଓ ଅନୁଗୁଳରେ ରେକର୍ଡ ହୋଇଛି ୧୩.୬°C ତାପମାତ୍ରା । ଏହା ବ୍ୟତୀତ ଆଜି ଭୁବନେଶ୍ୱରରେ ୧୮.୧ °C ଓ କଟକରେ ତାପମାତ୍ରା ଥିଲା ୧୬.୦ °C । ସକାଳୁ ସକାଳୁ ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ସେହିପରି ଭବାନୀପାଟଣା, ସୋନପୁର, କୋରାପୁଟରେ ହାଲୁକା କୁହୁଡ଼ି ପଡ଼ିଥିଲା ।

Leave A Reply

Your email address will not be published.