Latest Odisha News

BREAKING NEWS

ଓଡ଼ିଆ ଖେଳାଳି ଋତୁପର୍ଣ୍ଣା ପଣ୍ଡା ପୁଣି ଜିତିଲେ ପଦକ

ଭୁବନେଶ୍ୱର: ଓଡ଼ିଆ ବ୍ୟାଡ଼ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଉଚ୍ଚକୋଟୀର ପ୍ରଦର୍ଶନ ଜାରି ରଖି ପୁଣିଥରେ ଭାରତ ଲାଗି ସଫଳତା ଆଣିଦେଇଛନ୍ତି । ସେ ନାଇଜେରିଆଠାରେ ଅନୁଷ୍ଠିତ ହୋଇଥିବା ପଞ୍ଚମ ଲାଗୋସ୍ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ୍ କ୍ଲାସିକ୍ସ ପ୍ରତିଯୋଗିତାରେ ଦୁଇଟି ପଦକ ହାସଲ କରିଛନ୍ତି ।

ମିକ୍ସଡ଼ ଡ଼ବଲ୍ସ ଇଭେଣ୍ଟରେ ଶ୍ଳୋକ ରାମଚନ୍ଦ୍ରନଙ୍କୁ ସାଥିକରି ଋତୁପର୍ଣ୍ଣା ରୌପ୍ୟ ପଦକ ଜିତିଥିବା ବେଳେ ମହିଳା ଡ଼ବଲ୍ସ ଇଭେଣ୍ଟରେ ସେ ସାଥି ଖେଳାଳି ମନୀଷା କେଙ୍କୁ ସାଥିକରି ଏକ କାଂସ୍ୟ ପଦକ ହାସଲ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଉଦୀୟମାନ ଓଡ଼ିଆ ବ୍ୟାଡ଼ମିଣ୍ଟନ ଖେଳାଳି ନିକଟରେ ଜେଇ ୱିଲସନ୍ ଅନ୍ତର୍ଜାତୀୟ ସିରିଜ୍ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ମହିଳା ଡ଼ବଲ୍ସ ଏବଂ ମିକ୍ସଡ଼ ଡ଼ବଲ୍ସ ବିଭାଗରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Leave A Reply

Your email address will not be published.