Latest Odisha News

BREAKING NEWS

କଟକରେ ‘ସାଇକୋ କିଲର୍’ ଆତଙ୍କ, ପୋଲିସ ପାଟ୍ରୋଲିଂରେ ସାମିଲ ହେଲେ ବିଧାୟକ

କଟକ: କଟକରେ ରାତିର ଅନ୍ଧକାର ଗହଳି ମଧ୍ୟରେ କେହି ଦୁବୃର୍ତ୍ତ ନିରାଶ୍ରୟମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରୁଥିବା ଘଟଣା ପୋଲିସର ନିଦ ହଜାଇ ଦେଇଥିବା ବେଳେ ପୋଲିସର ପାଟ୍ରୋଲିଂ ଟିମରେ ସାମିଲ ହୋଇଛନ୍ତି ବିଧାୟକମାନେ ।

ଏହି ବିଧାୟକଙ୍କ ମଧ୍ୟରେ ରହିଛନ୍ତି ବାରବାଟୀ-କଟକ ବିଧାୟକ ମହମ୍ମଦ ମୁକିମ୍ ଏବଂ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ।

ସିଲଭର୍ ସିଟିରେ ଆତଙ୍କ ଖେଳାଇଥିବା ସାଇକୋ-କିଲରକୁ ଧରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଛାନଭିନ୍ କରାଯାଉଥିବା ବେଳେ ଶନିବାର ଦିନ ଏହି ବିଧାୟକମାନେ ପୋଲିସ ସହ ରାତି ପାଟ୍ରୋଲିଂ ଟିମରେ ସାମିଲ ହୋଇଥିବା ନେଇ ସୂଚନା ମିଳିଛି ।

ତେବେ ସେ ଅଭିଯୁକ୍ତ ଜଣକ କିଏ ଓ କାହିଁକି ନିରାଶ୍ରୟମାନଙ୍କୁ ଟାର୍ଗେଟ କରୁଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନ ଥିବା ବେଳେ କେହିକେହି ତାକୁ ‘ଷ୍ଟୋନମ୍ୟାନ୍’ ଅବା ‘ସାଇକୋ କିଲର୍’ ମଧ୍ୟ କହୁଛନ୍ତି ।

ଆହୁରି ମଧ୍ୟ ହତ୍ୟାକାରୀ ଜଣକ ଫୁଟପାଥରେ ଆଶ୍ରୟ ନେଉଥିବା ଦିନ ମଜୁରିଆ ଓ ବାସହୀନଙ୍କୁ ଟାର୍ଗେଟ କରୁଥିବାବେଳେ ଏହି ନିରାଶ୍ରୟମାନଙ୍କୁ ସଚେତନ ରହିବା ସମ୍ପର୍କରେ ଅବଗତ କରାଯାଉଥିବା ନେଇ ବିଧାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.