Latest Odisha News

BREAKING NEWS

କେଆଇୱାଇଜି: ଖୋ ଖୋରେ ଓଡିଶାକୁ ରୌପ୍ୟ

ପଂଚକୁଲା: ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ସୋମବାର ଓଡିଶା ଖୋ ଖୋ ଉଭୟ ବାଳକ ଓ ବାଳିକା ବିଭାଗରେ ରୌପ୍ୟ ପଦକ ହାସଲ କରିଛି । ୨ଟି ଯାକ ଫାଇନାଲରେ ଓଡିଶାକୁ ହରାଇଥିଲା ମହାରାଷ୍ଟ୍ର । ବାଳିକା ବିଭାଗ ରୋମାଂଚକ ମୁକାବିଲାରେ ଓଡିଶା ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ୨୦-୨୧ରେ ହାରି ଯାଇଥିଲେ । ବାଳକ ବିଭାଗରେ ମହାରାଷ୍ଟ୍ର ୧୪-୧୧ରେ ଓଡିଶାକୁ ମାତ ଦେଇଥିଲା । ପଦକ ତାଲିକାରେ ମହାରାଷ୍ଟ୍ର ୪୫ ସ୍ୱର୍ଣ୍ଣ, ୪୦ ରୌପ୍ୟ ଓ ୪୦ ବ୍ରୋଞ୍ଜ ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି ।

ସେହିପରି ଆୟୋଜକ ହରିୟାଣା ୫୨ ସ୍ୱର୍ଣ୍ଣ, ୩୯ ରୌପ୍ୟ ଓ ୪୬ ବ୍ରୋଞ୍ଜ ସହ ଶୀର୍ଷ ସ୍ଥାନରେ ରହିଛି । ଜୁନ ୪ରୁ ଆରମ୍ଭ ହୋଇଥିବା ଏହି ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ୧୩ରେ ଶେଷ ହେବ । ଓଡିଶା ଗୋଟିଏ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୩ ବ୍ରୋଞ୍ଜ ସହ ୨୬ତମ ସ୍ଥାନରେ ରହିିଛି । ଆହୁରି କେତେଗୁଡିଏ ମୁକାବିଲା ଥିବାରୁ ପଦକ ସଂଖ୍ୟାରେ ପରିବର୍ତନ ହୋଇପାରେ ।

Leave A Reply

Your email address will not be published.