Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସଜେଇ ହୋଇଛି ସ୍ନାନବେଦୀ : ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ

ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସେଥିପାଇଁ ସଜେଇ ହୋଇଛି ସ୍ନାନବେଦୀ । ଅପେକ୍ଷା କରିଛି ମହାପ୍ରଭୁଙ୍କ ଆଗମନୀକୁ । ଚତୁର୍ଦ୍ଧାବିଗ୍ରହ ରତ୍ନବେଦୀରୁ ସ୍ନାନବେଦୀକୁ ଓଲ୍ହାଇ ଆସିବେ। ଅନ୍ୟପଟେ ଆସନ୍ତାକାଲି ପହଣ୍ଡି ପାଇଁ ରତ୍ନସିଂହାସନ ତଳେ ଚାରମାଳ ବନ୍ଧାଯିବା ସହ ଦଇତାପତି ସେବାୟତଙ୍କ ଦ୍ଵାରା ସେନାପଟା ଲାଗି କରାଯାଇଛି । ସେପଟେ ଦୀର୍ଘ ଦୁଇବର୍ଷ ପରେ ଭକ୍ତମୟ ପରିବେଶରେ ସ୍ନାନଯାତ୍ରା।ହେବାକୁଥିବାରୁ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିବ। ଅନ୍ୟପଟେ ଆଜି ଭକ୍ତଙ୍କ ସୁରକ୍ଷା,ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସମସ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଅତରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର.କେ ଶର୍ମା।

ଏବେଠୁ ଏତେ ଭିଡ଼ । ଏବେଠୁ ଅଣାୟତ ହୋଇପଡ଼ିଲାଣି ଭିଡ଼। ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା।  ଭାଇ ଭଉଣୀଙ୍କ ସହ ସ୍ନାନବେଦୀରେ 108 ଗରା ସୁବାସିତ ଜଳରେ ପ୍ରତକ୍ଷ୍ୟ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ । ଦୁଇବର୍ଷ ପରେ ଭକ୍ତମାନେ ସ୍ନାନଯାତ୍ରା ଦେଖିବା ସହ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବାର ସୁଯୋଗ ପାଉଥିବାରୁ ପ୍ରବଳ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଆଇନ୍ ଶୃଙ୍ଖଳା, ଭିଡ ନିୟନ୍ତ୍ରଣ, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ପାଇଁ ଅନୁଷ୍ଠିତ ହୋଇଥିଲା  ସ୍ବତନ୍ତ୍ର ସମୀକ୍ଷା ବୈଠକ।

ଚଳିତ ବର୍ଷ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସ୍ବତନ୍ତ୍ର ଭାବେ ତିନିଜଣ କମାଡାଣ୍ଟ, ୧୧ ଅତିରିକ୍ତ ଏସପି, ୨୧ ଡିଏସପି, ୫୦ ଇନ୍ସପେକ୍ଟର, ୨୭୦ ସବ୍ ଇନ୍ସପେକ୍ଟର, ଏକ ହଜାର କନଷ୍ଟେବଳ ସହ ୫୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ୪୦ରୁ ଉର୍ଦ୍ଧ୍ବ ସିସିଟିଭି ସ୍ଥାପନ କରାଯାଇ ଏକ ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମ୍ କାମ କରିବ ।

ଅନ୍ୟପଟେ ଆଜି ରାତି ୩.୩୦ରେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ କରାଯାଇ ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦୀ ଉପରକୁ ବିଜେ କରିବେ। ଭୋର ୪ଟାରୁ ପହଣ୍ଡି ଆରମ୍ଭ ହୋଇ ୬ଟା ମଧ୍ୟରେ ଶେଷ ହେବାସହ ପହଣ୍ଡି ପରେ ମଙ୍ଗଳାଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ସକାଳ ୯.୩୦ରୁ ୧୧.୩୦ ଭିତରେ ପ୍ରତ୍ୟକ୍ଷ ସ୍ନାନନୀତି ଅନୁଷ୍ଠିତ ହେବ ଜ୍ଝ ସୁନା ଗୋସେଇଁଙ୍କ ଦ୍ୱାରା ସୁନାକୂଅରୁ ସଂଗୃହିତ ସୁବାସିତ ଜଳକୁ ଅଧିବାସ ଗୃହରେ ରଖି ଆସନ୍ତାକାଲି ଗରାବଡୁ ସେବକମାନେ ସଂଗୃହିତ ଜଳକୁ ସ୍ନାନ ବେଦୀକୁ ଆଣିବା ପରେ ପଞ୍ଚଉପଚାର ଵିଧିରେ ମେକାପଙ୍କ ସହାୟତାରେ ଜଳଲାଗି କରାଯିବ ।

ପରେ ମହାପ୍ରଭୁଙ୍କ ଛେରାପହଁରା ନୀତି ଓ ୧୨.୩୦ରୁ ୨.୩୦ ମଧ୍ୟରେ ହାତୀବେଶ କରାଯାଇ ଭୋଗ ଅନୁଷ୍ଠିତ ହେବ ଜ୍ଝ ପରେ ଦୁର୍ଲଭ ହାତୀବେଶକୁ ଭକ୍ତ ଶ୍ରଦ୍ଧାଳୁ ମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ୩ ଘଣ୍ଟା ପର୍ୟ୍ୟନ୍ତ ଦର୍ଶନ କରିବାର ସୁଯୋଗ ପାଇବେ। ଅନ୍ୟପଟେ ଆସନ୍ତାକାଲିର ସ୍ନାନଯାତ୍ରା ପାଇଁ ଆଜି ସେନାପଟା ଲାଗି କାର୍ୟ୍ୟ ସମ୍ପାଦିତ କରିଛନ୍ତି ଦଇତାପତି ସେବାୟତ।

ଆସନ୍ତାକାଲି ମହାପ୍ରଭୁ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ୱର ରୋଗରେ ପୀଡିତ ହେବେ ଜ୍ଝ ତେଣୁ ଆସନ୍ତା ୧୫ ଦିନ ଧରି ପଟିଦିଅଁ ଶ୍ରୀମନ୍ଦିରରେ ପୂଜା ପାଇବା ସହ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କ ଘନ ଅନ୍ଧାର କୋଠରୀ ମଧ୍ୟରେ ଗୁପ୍ତନୀତି ଜାରି ରଖିବେ

 

 

 

Leave A Reply

Your email address will not be published.