Latest Odisha News

BREAKING NEWS

ଖୁବଶିଘ୍ର ଓଡ଼ିଶାକୁ ମିଳିବ ‘ଆଇକନିକ୍ ଐତିହ୍ୟ’ ମାନ୍ୟତା

ନୂଆଦିଲ୍ଲୀ: ଓଡ଼ିଶାକୁ ଖୁବଶିଘ୍ର ‘ଆଇକନିକ୍ ଐତିହ୍ୟ’ ମାନ୍ୟତା ମିଳିବାକୁ ଯାଉଛି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି ।

ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ୍ ରାଜ୍ୟ ପର୍ଯ୍ୟଟନ ସମ୍ମିଳନୀରେ ସୂଚନା ପ୍ରଦାନ କହିଛନ୍ତି । ଏନେଇ ଓଡ଼ିଶା ସମ୍ପର୍କରେ ସେ କହିଛନ୍ତି, ରାଜ୍ୟର କୋଣାର୍କ ଏବଂ ପୁରୀ ଏହି ଆଇକନିକ୍ ଐତିହ୍ୟ ମାନ୍ୟତା ତାଲିକାରେ ରହିଛି ଏବଂ ଏହାକୁ କୌଣସି ପ୍ରକାରରେ ଅବମାନନା କରାଯାଇପାରିବ ନାହିଁ କି ଏଥିରେ ବ୍ୟତିକ୍ରମ ହେବନାହିଁ ।

ଏହି ତାଲିକାରେ ଅନ୍ୟ ଐତିହ୍ୟ ସମ୍ପନ୍ନ ସ୍ଥାନ ସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, ଏସମ୍ପର୍କରେ କୌଣସି ବିଶେଷ ସୂଚନା ରାଜ୍ୟରୁ ହସ୍ତଗତ ହୋଇନାହିଁ ତେଣୁ ଏହାକୁ ନେଇ ବିଚାର ବିମର୍ଷ ଜାରି ରହିଛି ।

ଏହି ଜାତୀୟସ୍ତରର ପର୍ଯ୍ୟଟନ ସମ୍ମିଳନୀରେ ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ଯୋଗଦେଇଥିବା ବେଳେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ଅନେକ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଆଲୋକପାତ କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ଜୁଲାଇ ୧୦ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆଇକନିକ୍ ଏତିହ୍ୟ ତାଲିକାରେ ରାଜ୍ୟର ଏହି ଦୁଇଟି ସାଂସ୍କୃତିକ ପ୍ରାଣକେନ୍ଦ୍ରକୁ ଅନ୍ତର୍ଭୃକ୍ତ କରିବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.